Tuesday , December 6 2022
Home / ବିଶେଷ / ଗୋରଖନାଥ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା 

ଗୋରଖନାଥ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା 

ରଘୁନାଥପୁର, ୧୫/୧୨/୨୦୨୧(ଓଡ଼ିଶା ସମାଚାର)- ଗୋରଖନାଥ ମନ୍ଦିର ରେ ବିିଭିନ୍ନ ପ୍ରକାର ଦୁର୍ନିତୀକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ସ୍ଥାନୀୟ କେରେକେରା ଗ୍ରାମବାସୀଙ୍କପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦିୁର୍ନିତୀ, ହିସାବ ରକ୍ଷକ ଙ୍କ ଧୃତରାଷ୍ଟ୍ର ଭୂମିକା , ନିଶାସକ୍ତ କର୍ମଚାରୀଙ୍କ ନିଯୁକ୍ତି , ମନ୍ଦିର ପରିସରରେ ଥିବା ଭୋଗ ଓ ଦୀପ ଦୋକାନକୁ ଟେଣ୍ଡର କରାନଯାଇ ପ୍ରିୟା ପ୍ରତି ତୋଷଣରେ ଦୋକାନ ଦେବାକୁ ନେଇ ସ୍ଥାନୀୟ ଗ୍ରାମବାସେୀମାନେ ଆଜି ସକାଳ ୯ ଟାରୁ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସେମାନଙ୍କ କହିବା କଥା ହେଲା ମନ୍ଦିର ପ୍ରଶାସନ ଗ୍ରାମବାସୀମାନଙ୍କୁ ଗୁରୁତ୍ୱ ନଦେଇ ତାଙ୍କ ଦ୍ୱାରା ଦିଆଯାଇଥିବା ଲୋକମାନଙ୍କୁ କମିଟିରେ ରଖାନଯାଇ ବହୁ ଦିର୍ନିତୀରେ ଲିପ୍ତଥିବା ବ୍ୟକ୍ତିଙ୍କୁ ମନ୍ଦିର ଉପଦେଷ୍ଟା ଭାବେ ୨ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି । ଯେଉଁମାନଙ୍କୁ ନିଯୁକ୍ତି ଦିଆଯାଇଛି ସେମାନଙ୍କ ବିଷୟରେ ଗ୍ରାମବାସୀଙ୍କ ମତ ନିଆଯାଇନାହିଁ । ସେହିପରି ମନ୍ଦିିର ର କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ଦିର କାର୍ଯ୍ୟରେ ଗ୍ରାମବାସୀଙ୍କୁ ପଚାରୁ ନାହାନ୍ତି । ନିଶାସକ୍ତ ଅବସ୍ଥାରେ ମନ୍ଦିରର କର୍ମଚାରୀ କାର୍ଯ୍ୟ କରୁଥିବାବେଲେ ସେମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ମନ୍ଦିର ପରିସରରେ ଥିବା ଭୋଗ ଓ ଦୀପ ଦୋକାନ ବଂଟନରେ ଟେଣ୍ଡର ପ୍ରକ୍ରିୟା କରାନଯାଇ ପ୍ରିୟା ପ୍ରତି କାରକାର ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏସବୁ କାର୍ଯ୍ୟକୁ ବିରୋଧ କରି ଗ୍ରାମବାସୀମାନେ ଆଜି ଧାରଣା ଦେଇଥିଲେ ବି ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଅଧିକାରୀ ତାଙ୍କ ପାଖରେ ପହଂଚିନାହାନ୍ତି । ତେବେ ଆସନ୍ତା କାଲି ଯଦି ମନ୍ଦିର ପ୍ରଶାସନ ଧାଣାକାରିଙ୍କ ସହିତ ଆଲୋଚନା ନକରନ୍ତି, ତେବେ ସେମାନେ ମନ୍ଦିର କାର୍ଯ୍ୟାଳୟକୁ ତାଲା ପକାଇ ବନ୍ଦ କରିଦେବେ ବୋଲି ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ଅପର ପକ୍ଷରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟରଂଜନ ପରିଜା କହିଛନ୍ତି କି ମନ୍ଦିର ରେ କୌଣସି ଦୁର୍ନୀତୀ କିମ୍ବା ପ୍ରିୟାପ୍ରିତି ତୋଷଣ ହୋଇନାହିଁ । ତଦନ୍ତ ହେଲେ ସବୁ   ପଦାକୁ ଆସିବ । ଏହି ଧାରଣାରେ ଗ୍ରାମବାସୀଙ୍କ ପକ୍ଷରୁ ଆଇନଜିବୀ ଜୀବନ ବଲଭ ମହାନ୍ତି, ସମାଜସେବୀ ଦିଲିପ କୁମାର ସ୍ୱାଇଁ, ମନ୍ଦିର ପୂଜକ ଦିଲିପ କୁମାର ପଣ୍ଡା, କ୍ଷୀରୋଦ ମହାନ୍ତି, ବାଦଲ ଯୋଗାଣିଆ, ନାରାୟଣ ପାତ୍ର, ଉତମ ମହାନ୍ତି, ସୁରେଶ ଦାସ, ନରେନ୍ଦ୍ର ଦାସ, ଗୋଲକ ବାରିକ କ୍ଷୀାରୋଦ ଯୋଗାଣିଆ , ପ୍ରଦୀପ୍ତ ମହାନ୍ତି ପ୍ରମୁଖ ସାମିଲ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.