Wednesday , January 26 2022
Breaking News
Home / ସ୍ୱାସ୍ଥ୍ୟ / ଗରଦପୁର ବ୍ଲକ୍ ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ଼ ବଂଟନ ର ଶୁଭ ଉଦଘାଟନ

ଗରଦପୁର ବ୍ଲକ୍ ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ଼ ବଂଟନ ର ଶୁଭ ଉଦଘାଟନ

ଗରଦପୁର, ୧୫/୧୨/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ଼ ବଂଟନର ଶୁଭ ଉଦଘାଟନ ଉତ୍ସବ ବ୍ଲକ୍ ପରିସରରେ ଆଜି ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ଗରଦପୁର ବ୍ଲକ୍ ବିଡ଼ିଓ ରଂଜିତ କୁମାର ମଲିକ୍ ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ସମ୍ମାନୀତ ଅତିଥି ଭାବେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଂଜୟ କୁମାର ଅଗ୍ରୱାଲ , ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ, ଜିଲାପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା , ସୁଜାତା ରାଉତରାୟ, ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ନୀରଂଜନ କର ପ୍ରମୁଖ ଯୋଗଦେଇ ସ୍ମାର୍ଟ କାର୍ଡ଼ ବଂଟନର ଶୁଭ ଉଦଘାଟନ କରିଥିଲେ । ଉତ୍ସବରେ ୧୦ ଜଣ ମହିଳାଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗରଦପୁର ଯୋଗାଣ ବିଭାଗ ଅଧିକାରୀ ସ୍ୱରୂପ ଦାସ , ଏସିଇଓ ଖଗେଶ୍ୱର ସେଠୀ , ଚୈତନ୍ୟ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ବ୍ଲକ୍ ର ୧୮୯ ଟି ପଂଚାୟତରେ ଆଜି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଂଟନ ମେଳା ଆରମ୍ଭ କରାଯାଇ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି । ସମସ୍ତ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି କାର୍ଡ଼ ବାବଦରେ ପୁରୁଷ ମାନଙ୍କର ୫ ଲକ୍ଷ ଟଙ୍କାର ଚିକିତ୍ସା ସେବା ମିଳିବ ଓ ମହିଳା ମାନଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ରେ ଆଉ ୭୨୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ, ୯୫୪ଜଣ ଶିଶୁ ସଂକ୍ରମିତ – ୫ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୪/୧/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୭୨୯୧ ଜଣ କରୋନା …

Leave a Reply

Your email address will not be published. Required fields are marked *