Tuesday , August 16 2022
Breaking News
Home / ବିଶେଷ / କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ୪୮ ପ୍ରକଳ୍ପର ଉଦଘାଟନ ଓ ୧୦୪ ପ୍ରକଳ୍ପର ଶିଳାନ୍ୟାସ କରିବା ସହ  ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଂଟନର ଶୁଭାରମ୍ଭ କରିବେ 

କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ୪୮ ପ୍ରକଳ୍ପର ଉଦଘାଟନ ଓ ୧୦୪ ପ୍ରକଳ୍ପର ଶିଳାନ୍ୟାସ କରିବା ସହ  ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଂଟନର ଶୁଭାରମ୍ଭ କରିବେ 

କେନ୍ଦ୍ରାପଡ଼ା,୧୫/୧୨/୨୦୨୧(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓକନଫରେନ୍ସିଂ ଯୋଗେ ବୁଧବାର ସକାଳେ କେନ୍ଦ୍ରାପଡା ଜିଲ୍ଲାର ୪୮ଟି ପ୍ରକଳ୍ପର ଉଦଘାଟନ, ୧୦୪ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ  ବଂଟନର ଶୁଭାରମ୍ଭ କରିବେ । ଏହି ଉପଲକ୍ଷେ କେନ୍ଦ୍ରାପଡା ପୌର ଟାଉନ ହଲ୍ ରେ ପୂର୍ବାହ୍ଣ ୧୧ଟା ୩୦ମିନିଟ୍ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ସମେତ  ଜଳସେଚନ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ଏକ ଭିଡିଓ ଚଳଚିତ୍ର ପ୍ରଦର୍ଶିତ ହେବ । ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଭାସି ମାଧ୍ୟମରେ ହିତାଧିକାରୀମାନଙ୍କୁ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ  ୧୮୫୪୬.୯୧ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ହୋଇଥିବା ୪୮ଟି ପ୍ରକଳ୍ପକୁ ଆଭାସିରେ ଉଦଘାଟନ କରିବେ  ଓ ୧୩୪୦୨୫.୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୧୦୪ଟି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଉଦଘାଟିତ ହେବାକୁ ଥିବା ୪୮ଟି ପ୍ରକଳ୍ପ ହେଉଛି  ଜଳସେଚନ ବିଭାଗର ୪ଟିପ୍ରକଳ୍ପ, ପୂର୍ତ ବିଭାଗର ୮ଟି ପ୍ରକଳ୍ପ , ସ୍ୱାସ୍ଥ୍ୟ ବିଭାଗର ୧୦ଟି, ଶକ୍ତି ବିଭାଗର ୮ଟି, ନିୟନ୍ତ୍ରୀତ ବଜାର କମିଟିର ୩ଟି, ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ୧୪ଟି ଓ ଗୋବରୀ ନଦୀ ଉପରେ ଆଳିଜଙ୍ଗା ପାଖରେ ନିର୍ମିତ ହୋଇଥିବା ଏକ ବିଜୁସେତୁ । ଉଦଘାଟନ ଏବଂ ଶିଳାନ୍ୟାସ ପ୍ରକଳ୍ପ ଗୁଡିକରେ ସମୁଦାୟ ୧୫୨୫୭୨.୬୩ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି ।  ମୁଖ୍ୟମନ୍ତ୍ରୀ  ଜିଲ୍ଲାବାସୀଙ୍କୁ ଜିଲ୍ଲାର ବିକାଶ ଓ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଂଟନ ସମ୍ପର୍କରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.