ପାରାଦୀପ,୧୫/୧୨/୨୦୨୧(ଓଡ଼ିଶା ସମାଚାର)-ବୁଧବାର ପାରାଦୀପ କଳିଙ୍ଗ ବାଲିଯାତ୍ରା ପଡ଼ିଆରେ ମହାନଦୀ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଜଗତସିଂହପୁର ଜିଲାପାଳ ପାରୁଲ୍ ପଟ୍ଟାୱାରୀ ଏହି ମହୋତ୍ସବକୁ ଆଜି ପ୍ରତ୍ୟୁଷରେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ସାରା ଭାରତବର୍ଷର ବିଭିନ୍ନ ନଦୀମାନଙ୍କରେ ଡ଼ିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆମ ରାଜ୍ୟରେ ଏହି ନଦୀ ମହୋତ୍ସବ ମହାନଦୀ କୂଳରେ ସମ୍ବଲପୁର, କଟକ ଓ ପାରାଦୀପଠାରେ ପାଳନ କରାଯାଉଛି । ଉଦଘାଟନ ଅବସରରେ ଜିଲାପାଳ ଶ୍ରୀମତୀ ପଟ୍ଟୱାରୀ କହିଲେ ନଦୀକୁ ସୁରକ୍ଷା ଦେବା ଓ ପ୍ରଦୂଷଣମୁକ୍ତ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ମହାନଦୀ ହେଉଛି ଆମର ଜୀବନଧାରା । ନଦୀକୁ ସଫାସୁତୁରା ଓ ସ୍ୱଚ୍ଛ ରଖିଲେ ଆଗାମୀ ପିଢ଼ୀ ଏହାର ସୁଫଳ ପାଇବେ । ଏହି ଅବସରରେ ଜିଲାପାଳ ଉପସ୍ଥିତ ଏନସିସି, ଏନଏସଏସ ଓ ନେହେରୁ ଯୁବାକେନ୍ଦ୍ରର ପିଲାମାନଙ୍କୁ ନଦୀକୁ ସ୍ୱଚ୍ଛ ରଖିବା ପାଇଁ ଶପଥପାଠ କରାଇଥିଲେ । ସ୍ୱେଚ୍ଛାସେବୀମାନେ ସମୁଦ୍ରକୂଳରେ ଅଳିଆ ଆବର୍ଜନା ସଫା କରିଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁ ଚରଣ ଧୀର୍ ନଦୀକୁ ସଫାସୁତୁରା ରଖିବାକୁ ଆହ୍ୱାନ ଦେଇଥିଲେ । ପୋ÷ରସଂସ୍ଥା ନିର୍ବାହୀ ଅଧିକାରୀ ସୋ÷ରୀନ୍ଦ୍ର ରାଉତରାୟ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନଦୀ ଉସôବ ପାଳନର ଉଦ୍ଧେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ । ଓଡ଼ିଶା ସମାଚାର