Wednesday , January 19 2022
Breaking News
Home / କ୍ରୀଡ଼ା / ୪୨ମୈାଜା ସ୍ୱର୍ଣ୍ଣଦେଵୀ ଫୁଟବଲ କ୍ଲବ ଚମ୍ପିୟାନ

୪୨ମୈାଜା ସ୍ୱର୍ଣ୍ଣଦେଵୀ ଫୁଟବଲ କ୍ଲବ ଚମ୍ପିୟାନ

କଟକ, ୧୪/୧୨/୨୦୨୧(ଓଡ଼ିଶା ସମାଚାର)- ଗଣ୍ଡରପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଆୟୋଜିତ ଆମନ୍ତ୍ରଣୀୟ ଫୁଟବଲ ଟୁର୍ନାମେଣ୍ଟରେ ୪୨ ମୈାଜା ଅନ୍ତର୍ଗତ ଵଉଳକୁଦ ଗ୍ରାମ ମା ସ୍ୱର୍ଣ୍ଣଦେଵୀ ଫୁଟବଲ କ୍ଲବ ଚମ୍ପିୟାନ ହୋଇଛି। ଏହି ପ୍ରତିଯୋଗିତାରେ ଷୋହଳଟି ଦଳ ଭାଗ ନେଇଥିବା ବେଳେ ଫାଇନାଲରେ ଗୋଠପୁର ଫୁଟବଲ କ୍ଲବ କୁ ୧–୦ ଗୋଲ୍ରେ ପରାସ୍ତ କରି ଦେଇଥିଲା । ଦୀନବନ୍ଧୁ ଦାସ ଏହି ଗୋଲ୍ ଦେଇଥିଲେ । ସେ ମଧ୍ୟ ସମ୍ପୁର୍ଣ୍ଣ ପ୍ରତିଯୋଗିତାରେ ସୁନ୍ଦର ଖେଳ ପ୍ରଦର୍ଶନ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହେଵା ସହିତ ଏକ ଗାଡି ପୁରସ୍କାର ଲାଭ କରିଥିଲେ । ସେହିପରି ତାଙ୍କୁ ଉପଯୁକ୍ତ ସହଯୋଗ କରିଥିବା କାଵନ ଦାସ ମଧ୍ୟ ଏକ ସାଇକେଲ ପୁରସ୍କାର ଲାଭ କରିଥିଲେ । ଉଦଯାପନ କାର୍ଯ୍ୟକ୍ରମରେ ସାଂସଦ ତଥା ଚଳଚ୍ଚିତ୍ର ଅଭିନେତା ମୁନ୍ନା ଖାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଦଳକୁ ୨୧ ହଜାର ଟଙ୍କା ସହ ଏକ ଆକର୍ଷଣୀୟ ଟ୍ରଫି ପ୍ରଦାନ କରିଥିଲେ ଏବଂ ରନର୍ସ ଅଫ୍ ଗୋଠପୁର ଫୁଟବଲ କ୍ଲବକୁ ୧୧ ହଜାର ଟଙ୍କା ସହ ଏକ ଟ୍ରଫି ପ୍ରଦାନ କରିଥିଲେ। ଓଡ଼ିଶା ସମାଚାର

About admin

Check Also

କ୍ରୀଡା ପ୍ରତିଭା ଅନ୍ୱେଷଣ ପାଇଁ ଅନଲାଇନରେ ନାମ ପଞ୍ଜିକରଣ

କେନ୍ଦ୍ରାପଡ଼ା, ୪/୧/୨୦୨୨ (ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ନିର୍ଦ୍ଧେଶ ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ୮ ରୁ …

Leave a Reply

Your email address will not be published. Required fields are marked *