Saturday , November 26 2022
Breaking News
Home / ବିଶେଷ / ହନୁମାନ ଜୀଉ ଙ୍କ ବାର୍ଷିକ ଉତ୍ସବ ପାଳିତ 

ହନୁମାନ ଜୀଉ ଙ୍କ ବାର୍ଷିକ ଉତ୍ସବ ପାଳିତ 

ପାଟକୁରା, ୧୪/୧୨/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ଥାନା ନିକଟରେ ଥିବା ସଙ୍କଟ ମୋଚନ ଶ୍ରୀ ଶ୍ରୀ ହନୁମାନ ଜୀଉଙ୍କ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆଜି ପାଳିତ ହୋଇ ଯାଇଛି । ଏହି ଅବସରରେ ଶ୍ରୀ ବିଗ୍ରହଙ୍କୁ ନୂତନ ରଙ୍ଗ କରାଯାଇ ସାଜ ସଜା ସହ ହୋମ ଯଜ୍ଞ କରାଯାଇଛି । ବ୍ରାହ୍ମଣ ପଣ୍ଡିତ ହନୁମାନ ଚାଳିଶା ପାଠ ସହ ବିଗ୍ରହଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି । ସ୍ଥାନୀୟ ଗ୍ରାମର ସଂକୀର୍ତନ ମଣ୍ଡଳୀମାନେ ସଂକୀର୍ତନ ପରିବେଷଣ କରିଛନ୍ତି । ପାଟକୁରା ଗ୍ରାମର ହନୁମାନ ସେବକ ସଂଘର ଯୁବକ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନ୍ନ ପ୍ରସାଦ ବଂଟନ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.