ଭୁବନେଶ୍ୱର,୧୪/୧୨/୨୦୨୧(ଓଡ଼ିଶା ସମାଚାର)- ରାତି ୧୦ଟା ପରେ ବାହାଘର ଶୋଭାଯାତ୍ରାରେ ଡିଜେ ସାଉଣ୍ଡ ଓ ବାଣ ଫୁଟାଇବା କଟକଣା କଡାକଡି କଲା କମିଶନରେଟ୍ ପୋଲିସ । ପୂର୍ବରୁ ଏହି ନିୟମ ରହିଥିଲେ ମଧ୍ୟ ଏହି ନିୟମକୁ କେହି ମାନୁନାହାନ୍ତି । ଏଣିକି ନିୟମ ଉଲଂଘନ କଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାତି ୧୦ଟା ପରେ ଡିଜେ ସାଉଣ୍ଡ ବଜାଯିବା ଓ ରାସ୍ତାଘାଟରେ ବାଣ ଫୁଟାଯାଉଥିବା ଏ ନେଇ ବାରମ୍ବାର ଅଭିଯୋଗ ଆସିଲା ପରେ ଆକ୍ସନ୍ ମୋଡ୍କୁ ଆସିଛି କମିଶନରେଟ୍ ପୋଲିସ । ବରିଷ୍ଠ ନାଗରିକ, ପ୍ରସୂତୀ ମହିଳା, ଛୋଟ ପିଲାଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେ କଟକଣା ଜାରି କରାଯାଇଛି । ଯଦି କୌଣସି ସ୍ଥାନରେ କଟକଣା ଉଲଂଘନ ହେଉଥିବାର ନଜରକୁ ଆସେ ତେବେ ଜଣାଇବାରୁ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ଡିସିପି କାର୍ୟ୍ୟାଳୟର ଲ୍ୟାଣ୍ଡଲାଇନ ନମ୍ବର କିମ୍ବା ୧୧୨କୁ କଲ୍ କରି ଜଣାଇବାକୁ ଭୁବନେଶ୍ବର ଡିସିପି କହିଛନ୍ତି । କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହୋଇଥିବା ନମ୍ବରଟି ହେଉଛି ୦୬୭୪-୨୫୪୦୨୯୪ । ବାହାଘର ଶୋଭାଯାତ୍ରା ହେଉ କି ଅନ୍ୟ କୌଣସି ଶୋଭାଯାତ୍ରାରେ ଡ଼ିଜେ ବାଜି ପାରିବ ନାହିଁ । ଡ଼ିଜେ ବଜାଇବାକୁ ପୁଲିସ ପାଖରୁ ଅନୁମତି ନେବା ନୀୟମ ଥିବାବେଳେ କେହି ଅନୁମତି ନେଉନାହାନ୍ତି । ବାଣ ଫୁଟାଇବା ସମ୍ପୂର୍ଣ୍ଣ ନିଷଧ । ଓଡ଼ିଶା ସମାଚାର