ଭୁବନ ୧୪/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୮୭ମାଟ୍ରିକ ବ୍ୟାଚର ବନ୍ଧୁମିଳନ ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁଷ୍ପିତା ସିଂସାମନ୍ତ ଙ୍କ ଆବାହକତ୍ୱ , ମମତା ଦାଶ ଙ୍କ ଆୟୋଜନ ଓ ପୁଷ୍ପଲତା ସାହୁ ଙ୍କ ସହଯୋଗ କ୍ରମେ ୨୦ରୁ ଉଦ୍ଧ୍ୱର୍ ବ୍ୟାଚମେଟ୍ ଯୋଗଦେଇ ପ୍ରଥମେ ବାବା ବୁଦ୍ଧେଶ୍ୱରଙ୍କ ଦର୍ଶନ କରିଥିଲେ ଓ ପରେ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ କୁନି ପୋଥାଳ ,ତରୁଲତା ସାହୁ , ଲିଳାବତୀ ବିହାରୀ , ମିନା ଅଗ୍ରୱାଲା , ସସ୍ମିତା ଭଗତ , ମିନର୍ଭା ମିଶ୍ର , ଏଲିନା ଗୁରୁ , ବେବି ସାମଲ, ସୁଷମା ବାରିକ,ସଂଜୁ ସାହୁ,ମାନି ,ସଲିଳା, ହିରଣ୍ୟ , ସଲିଳା , ସୁମିତ୍ରା , ମିଟିକା , ସୀତା , କଳାଶ୍ରୀ ପ୍ରମୁଖ ଯୋଗଦେଇଥିଲେ । ଆସନ୍ତା ବର୍ଷ ସପରିବାର ବନ୍ଧୁମିଳନର ଆୟୋଜନ କରିବାକୁ ନିଷ୍ପତି ହୋଇଥିଲା । ଶେଷରେ ସାମୁହିକ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୩୫ ବର୍ଷ ପରେ ଏଭଳି ବନ୍ଧୁମିଳନର ଆୟୋଜନ କରିଥିବା ପୁଷ୍ପିତା ସିଂସାମନ୍ତ,ମମତା ଦାଶ ଓ ପୁଷ୍ପଲତା ସାହୁଙ୍କୁ ପୁଷ୍ପଗୁଚ୍ଛ,ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର