କଟକ ସଦର, ୧୪/୧୨/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):ଵିଷ୍ଣୁ ବେହେରା):କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରାଯିଵାକୁ ଏବଂ ଆସନ୍ତା ୨୪ ମସିହାରେ କାର୍ଯ୍ୟକ୍ଷମ କରିଵାକୁ ନିଷ୍ପତ୍ତି ନେଇ ଆନୁସଙ୍ଗିକ କାର୍ଯ୍ୟ ସାରିଥିବା ବେଳେ ଏହି ମାସରୁ ଏହାର ନବକଳେବର କାର୍ଯ୍ୟ ଆରମ୍ଭ ହେଵାକୁ ଯାଉଥିବା ଜଣାଯାଇଛି।ଶହେ ଏକର ପରିମିତ ଜମିରେ ଏହାର ନିର୍ମାଣ କାର୍ଯ୍ୟ କରାଯିଵ ବୋଲି ଘୋଷଣା କରାଯାଇଥିବା ବେଳେ ଏବେ ତାହା ଵଢି ୧୩୬ ଏକରରେ ପହଞ୍ଚିଛି। ସେହିପରି ହଜାରେ କୋଟି ଟଙ୍କାର ବ୍ୟୟ ଅଟକଳ ସେହିପରି ଵଢି ୩୫ ଶହ କୋଟିରେ ପହଞ୍ଚିଛି।ଏହି ନବକଳେବର କାର୍ଯ୍ୟ ଓଡ଼ିଶା ସେତୂ ଓ ନିର୍ମାଣ ନିଗମ(ଓଵିସିସି)ଵିଭାଗ ଅଧିନରେ ରହିଵ ବୋଲି ନିଷ୍ପତ୍ତିରୁ ଜଣାପଡ଼ିଥିବା ବେଳେ ୨୬ ଲକ୍ଷ କୋଟିର ୪ ଟି ୧୧ ମହଲା ବିଶିଷ୍ଟ ୪ଟି ବ୍ଲକ କ୍ଲିନିକାଲ କୋଠା ଏଲ ଆଣ୍ଡ ଟି କମ୍ପାନୀ ପକ୍ଷରୁ କରାଯିଵ। ସେହିପରି ୨ୟ ପର୍ଯ୍ୟାୟରେ ତାଳଦଣ୍ଡା କେନାଲ ଵନ୍ଧ ରାସ୍ତା କଡରେ କ୍ଲିନିକାଲ୍ କୋଠା ପାଇଁ ୧୧ ମହଲା ବିଶିଷ୍ଟ ୪ ଟି ଟାୱାର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ସମାଚାର
