Saturday , June 3 2023
Breaking News
Home / ବିଶେଷ / ବିବାହିତା ମହିଳା ଶାଶୁ ଘରୁ ନିଖୋଜ

ବିବାହିତା ମହିଳା ଶାଶୁ ଘରୁ ନିଖୋଜ

ପାଟକୁରା, ୧୪/୧୨/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ଜଗନ୍ନାଥପୁର – ପାଟଣା ଗ୍ରାମର ଜଣେ ବିବାହିତା ମହିଳା ଶାଶୁ ଘରୁ ଗତକାଲି ନିଖୋଜ ହୋଇ ଯାଇଛନ୍ତି । ଏ ସମ୍ପର୍କରେ ପାଟକୁରା ଥାନାରେ ଶାଶୁଘର ପକ୍ଷରୁ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।  ସୂଚନା ରୁ ପ୍ରକାଶ ଯେ ମିନୁ ଶତପଥି (୨୧) ନାମକ ବିବାହିତା ମହିଳା ଗତ ଏପ୍ରିଲ ମାସରେ ଧର୍ମିୟ ରିତି ନୀତି ଅନୁଯାୟୀ ଜଗନ୍ନାଥପୁର – ପାଟଣା ଗ୍ରାମର ଶ୍ରୀନିବାସ ଶତପଥି ଙ୍କୁ ବୈଦିକ ମତେ ବିବାହ କରିଥିଲେ । ବିବାହିତା ମହିଳା ଙ୍କ ବାପଘର ମାର୍ଶାଘାଇ ଥାନା ଅନ୍ତର୍ଗତ କୁଆଁରପାଳ ଗ୍ରାମରେ । ସମ୍ପୃକ୍ତ ମହିଳା ଙ୍କ ସ୍ୱାମୀ ଶ୍ରୀନିବାସ ଶତପଥି ପାରାଦୀପ ରେ କାମ କରନ୍ତି । ଗତ କିଛି ଦିନ ହେଲା ମହିଳା ଜଣକ ନିଜ ବାପ ଘରେ ରହୁଥିଲେ । ଗତ ୪ ଦିନ ହେବ ମହିଳାଙ୍କ ଶାଶୁଘର ଶତପଥି ସାହିରେ ଏକ ଅଣସୁଧିଆ ହୋଇଥିଲା । ସୁଧି କ୍ରିୟା ହେବା ପାଇଁ ମହିଳା ଜଣକ ୧୨ ତାରିଖ ଦିନ ଶାଶୁ ଘରକୁ ଆସିଥିଲେ । ତେବେ ଗତକାଲି ଦିନ ୨ ଟା ସମୟରେ ମହିଳା ଜଣକ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ । ଶାଶୁଘର ଲୋକ ବିଭିନ୍ନ ସ୍ଥାନରେ ଖୋଜ ଖବର କରି ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ଏ ସମ୍ପର୍କରେ ସ୍ୱାମୀ ଶ୍ରୀନିବାସ ପାଟକୁରା ଥାନାରେ ଗତକାଲି ସନ୍ଧ୍ୟାରେ ଏକ ଲିଖିତ ଏତଲା ଦେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.