Thursday , September 28 2023
Home / ବିଶେଷ / “ଛଵିରାଣୀ”କଲା ଅଡୁଆ: ରାଜ୍ୟ ଚଳଚ୍ଚିତ୍ର ପ୍ରଦାନରେ ରୋକ୍ ଲଗାଇଲେ ହାଇକୋର୍ଟ

“ଛଵିରାଣୀ”କଲା ଅଡୁଆ: ରାଜ୍ୟ ଚଳଚ୍ଚିତ୍ର ପ୍ରଦାନରେ ରୋକ୍ ଲଗାଇଲେ ହାଇକୋର୍ଟ

ଜୁରୀ କମିଟିକୁ ଶକ୍ତ ଝଟକା!
କଟକ ସଦର, ୧୪/୧୨/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):’ଛଵିରାଣୀ’ ଭଳି ଭଲ ଓଡିଆ ସିନେମାକୁ ଅଣଦେଖା କରି ଦୁଇଟି ନକଲ ଚଳଚ୍ଚିତ୍ର ‘ଖୁସି’ ଓ ‘ଗୋଳମାଳ ଲଭ୍’ ଭଳି ଚଳଚ୍ଚିତ୍ର କୁ ଜୁରୀମାନେ କେଉଁ ଆଧାରରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ଚୟନ କଲେ ତାକୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଥିଲା। ପୁରସ୍କାରରେ ସ୍ୱଚ୍ଛତା ରକ୍ଷା କରାଯାଇନାହିଁ ଵୋଲି ଯେଉଁ ଅଭିଯୋଗ ଶୁଣାଯାଉଥିଲା ଵାସ୍ତଵରେ ତାହା ଆଜି ହାଇକୋର୍ଟଙ୍କ ରାୟ ପରେ ଏକ ପ୍ରକାର ସ୍ପଷ୍ଟ ହୋଇଛି। ଏଥିପାଇଁ ଜୁରୀ କମିଟିକୁ ଶକ୍ତ ଝଟକା ମିଳିଛି।ପ୍ରକାଶ ଯେ ଓଡିଶା ଷ୍ଟେଟ ଆୱ।ର୍ଡ ଫର୍ ଫିଲ୍ମି ରୁଲ୍ସ୨୧୦ ର ୩(ଵି)ଅନୁସାରେ ବିଭିନ୍ନ ବିଭାଗରେ ପୁରସ୍କାର ପାଇବାକୁ ଥିବା ଏହି ସିନେମା ଦୁଇଟି ସଂପୂର୍ଣ୍ଣ ଅଯୋଗ୍ୟ ଏବଂ ଚୟନ କମିଟିରେ ବେଆଇନ୍ ଭାବେ ଯୋଗ୍ୟତା ନଥିବା ବ୍ୟକ୍ତିଙ୍କୁ ସ୍ଥାନିତ କରାଯାଇଥିଵା ଅଭିଯୋଗ ହୋଇଛି।ମାମଲାକୁ ଗମ୍ଭୀରତା ଭାଵେ ଗ୍ରହଣ କରି ଆଜି ୧୪ ତାରିଖରୁ ୧୫ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ପୁରସ୍କାର ପ୍ରଦାନ କୁ ରୋକ ଲଗାଇ ଏଥିସହିତ ୨୦୨୨ ଜାନୁଆରୀ ୭ ତାରିଖ ସୁଦ୍ଧା ଓଡିଆ ଚଳଚ୍ଚିତ୍ର ଚୟନ ପ୍ରସଙ୍ଗରେ ବିଭିନ୍ନ ବିଭାଗ ଉପରେ ପୁନଃ ବିଚାର କରି ସତ୍ୟପାଠ ଦାଖଲ କରିବାକୁ ଅଦାଲତ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ କୁ ଆଦେଶ ଦେଇଛନ୍ତି। ଏଥିପାଇଁ ଵହୁ ଆଡ଼ମ୍ବର ଓ ଜାକଜମକରେ ହେଵାକୁ ଥିଵା ୩୧ ତମ ଓଡିଆ ସିନେମା ପୁରସ୍କାର ବିତରଣ-୨୦୧୯ କାର୍ୟ୍ୟକ୍ରମ ବସ୍ତୁତଃ ବନ୍ଦ ହୋଇଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *