Sunday , May 22 2022
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜରେ ସମ୍ପ୍ରଦାୟବାଦ ଓ ଭାରତ ବିଭାଜନ ଉପରେ ଆଲୋଚନା ଚକ୍ର

କେନ୍ଦ୍ରାପଡା କଲେଜରେ ସମ୍ପ୍ରଦାୟବାଦ ଓ ଭାରତ ବିଭାଜନ ଉପରେ ଆଲୋଚନା ଚକ୍ର

କେନ୍ଦ୍ରାପଡ଼ା, ୧୪/୧୨/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ କକ୍ଷରେ “ସମ୍ପ୍ରଦାୟବାଦ ଓ ଭାରତ ବିଭାଜନ” ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଏହି ସଂପାନକୁ ଉଦଘାଟନ କରିଥିଲେ । ଆଲୋଚନା ଚକ୍ରର ବିଷୟ ବିଶେଷଜ୍ଞ ଭାବରେ ଶୈଳବାଳା ମହାବିଦ୍ୟାଳୟର ପ୍ରାକ୍ତନ ଇତିହାସ ବିଭାଗ ମୁଖ୍ୟ ତଥା ଅଧୁନା ଅଡଶପୁର ୟୁନ ମହାବିଦ୍ୟାଳୟର ପ୍ରଫେସର ଏମରିଟସ ଡଃ. ଖାରବେଳ ମହାନ୍ତି ଯୋଗଦେଇଥିଲେ । ଭାରତ ବିଭାଜନ ବ୍ରିଟିଶ ଲୋକଙ୍କ କୁଟନୀତିର ପରିଣତି ଥିଲା । ସୀମାରେଖା ସ୍ଥିର ନକରି ଲୋକଙ୍କ ସହାବସ୍ଥାନର ସ୍ଥାନ ନିରୂପଣ ନକରି ଘୋଷିତ ତାରିଖ ପୂର୍ବରୁ ତକ୍ରାଳ ସ୍ୱାଧୀନତା ପ୍ରଦାନ ଥିଲା ଐତିହାସିକ ଭୁଲ । ସମ୍ପ୍ରଦାୟ ଆଧାରରେ ଲୋକଙ୍କୁ ଭାଗ ଭାଗ କରିବାକୁ ସେମାନେ ଧର୍ମକୁ ଆୟୁଧ କରିଥିଲେ । ଧର୍ମର ସଜ୍ଞା ସମସ୍ତଙ୍କ ପାଇଁ ସମାନ ନୁହେଁ । ସନ୍ତ୍ରାସବାଦୀ ପାଇଁ ସନ୍ତ୍ରାସବାଦ ହିଁ ଧର୍ମ ଏବଂ ଏହା ହିଁ ସର୍ବୋତମ ଓ ଅନ୍ୟ ସମସ୍ତ ଧର୍ମକୁ ଲୋପ କରିବା ଏହାର ଲକ୍ଷ୍ୟ ହୋଇପଡେ । ସବୁ ସମ୍ପ୍ରଦାୟର ରଙ୍ଗ ଏକାପରି ବୋଲି ସେ କହିଥିଲେ । ୧୯୩୫ ମସିହାରୁ ୧୯୩୯ କଂଗ୍ରେସ ଦୃଷ୍ଟିଭଙ୍ଗୀରେ ଜାତୀୟ ସ୍ତରରୁ ଅନ୍ତର୍ଜାତିକ ସ୍ତରକୁ ପରିବର୍ତନ ଘଟିଥିଲା । ସେ ସମୟରେ ମୁସଲିମ ସାମନ୍ତ ଗୋଷ୍ଠି ଓ ହିନ୍ଦୁ ସମ୍ଭ୍ରାନ୍ତ ଗୋଷ୍ଠି ମାନଙ୍କ ଭିତରେ ବିଶେଷ ଫରକ ନଥିଲା । କିନ୍ତୁ ମଧ୍ୟବିତ ଶ୍ରେଣୀ ଯେଉଁମାନେ ସମାଜର ମେରୁଦଣ୍ଡ ସେମାନଙଙ୍କ ସ୍ଥିତି ଦୁର୍ବଳ ସତ୍ୱେ୧୯୨୭ରୁ ୧୯୪୭ ଭିତରେ ସେମାନଙ୍କର ଉତଥାନ ଘଟିଥିଲା । ଜିନ୍ନା ଯେ ପ୍ରଥମେ ହିନ୍ଦୁ ଓ ମୁସଲିମ ମିଳନରେ ରାଷ୍ଟ୍ରଦୂତ ଥିଲେ । ପରବର୍ତୀ ସମୟରେ ସେ କଂଗ୍ରେସକୁ “ହିନ୍ଦୁ ସଂଗଠନ”  ଆଖ୍ୟା ଦେଇଥିଲେ । ଜିନ୍ନା ପ୍ରତ୍ୟେକ କାର୍ଯ୍ୟ ଦିବସର ଡାକରା ଦେବା ସହ ‘ଲଢିକି ପାକିସ୍ଥାନ ନେବୁ’ ବୋଲି ଆହ୍ୱାନ ଦେଇଥିଲେ । ଚର୍ଚ୍ଚିଲଙ୍କ ଚକ୍ରାନ୍ତ, ସାମ୍ପ୍ରଦାୟୀକ ପାଗଳାମୀ ଯୋଗୁଁ ପୂର୍ବ ଘୋଷିତ ୨୦ଜୁନ ୧୯୪୮ ପରିବର୍ତେ ୧୫ଅଗଷ୍ଟ ୧୯୪୭କୁ ବିଭାଜନ ଓ ସ୍ୱାଧୀନତା ଦିନ ଧାର୍ଯ୍ୟ କରାଗଲା । ସେ କହିଥିଲେ ଯଦି ସ୍ୱାଧୀନତା ବର୍ଷେ ବିଳମ୍ବ ହୋଇଥାନ୍ତା ଏ ରକ୍ତପାତ ପରିଣତି ହୋଇନଥାନ୍ତା । ଏହା ଗାନ୍ଧିଙ୍କୁ ନିସଙ୍ଗ ଓ ବିମର୍ଷ କରିଥିଲା । ପଟେଲ ଓ ନେହେରୁ ଏ ଦୁଇ ରାଷ୍ଟ୍ରନୀତି ଗ୍ରହଣ ପଛରେ ଭାରତକୁ ବହୁ ବିଭାଜନରୁ  ରକ୍ଷା କରିବା ଥିଲା ପ୍ରମୁଖ କାରଣ । ବିଭାଗୀୟ ମୁଖ୍ୟ ତପନ କୁମାର ପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଂପାନରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଡଃ. ସେକ ସମସୁର, କୈଳାସ ଚନ୍ଦ୍ର ବରାଳ, ମେଜର ମନୋରଞ୍ଜନ ମହାନ୍ତିଙ୍କ ସମେତ +୩ ଇତିହାସ ସମ୍ମାନ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଅଧ୍ୟାପକ ତୁଷାରକାନ୍ତି ଭୂୟାଁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରଦ୍ଧାଞ୍ଜଳି ନାୟକ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ୱାମୀ ଅରୂପାନନ୍ଦ ଡ଼ିଗ୍ରୀ ଶିକ୍ଷା ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

ରଘୁନାଥପୁର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଠାରେ ଥିବା ସ୍ୱାମୀ ଅରୂପାନନ୍ଦ ଡ଼ିଗ୍ରୀ …

Leave a Reply

Your email address will not be published. Required fields are marked *