ଭୁବନ ୧୪/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ୩ ନମ୍ବର ୱାର୍ଡ ନୂଆଭୁବନ ସ୍ଥାୟୀ ବାସିନ୍ଦା ତଥା ଆଦର୍ଶ ଶିକ୍ଷକ ପଙ୍କଜ ଲୋଚନ ପୃଷ୍ଟିଙ୍କର ଗତକାଲିି ଅପରାହ୍ନରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ପୁତ୍ର, ପୁତ୍ରବଧୁ, ନାତି,ନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ପଙ୍କଜ ସାରଙ୍କର ପରଲୋକ ଖବର ଶୁଣି ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଇଭକ୍ତ ଶେଷ ଦର୍ଶନ କରିବାସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶବାଧାରରେ ସାମିଲ ହୋଇଥିଲେ । ରଗଡି ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା । ସ୍ୱର୍ଗତ ପଙ୍କଜ ସାର ଜଣେ ଆଦର୍ଶ ଶିକ୍ଷକ ସହିତ ପରମ ସାଇଭକ୍ତ,ସମାଜ ସେବୀ , ଧର୍ମ ପରାୟଣ , ମେଳାପୀ,ସ୍ନେହୀ, ଓ ଦୟାଳୁ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର