Saturday , August 13 2022
Breaking News
Home / ସ୍ୱାସ୍ଥ୍ୟ / ସ୍ମାର୍ଟ୍ ସ୍ୱାସ୍ଥ୍ୟ ସେଵାରେ ଯୋଡି ହେଲା ସିଲଭର୍ ସିଟି ଓ କଟକ ଜିଲ୍ଲା

ସ୍ମାର୍ଟ୍ ସ୍ୱାସ୍ଥ୍ୟ ସେଵାରେ ଯୋଡି ହେଲା ସିଲଭର୍ ସିଟି ଓ କଟକ ଜିଲ୍ଲା

କଟକ ସଦର, ୧୩/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ ଆଜି ସୋମଵାର ଦିନ କଟକ ଜିଲ୍ଲାରେ ଵିଏସକେୱ।ଇ(ଵିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା) କାର୍ଡ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଵଣ୍ଟନ କରିଛନ୍ତି।
ଏହି ଉପଲକ୍ଷେ କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ସଭାରେ ମୂଖ୍ୟମନ୍ତ୍ରୀ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଵଣ୍ଟନର ଶୁଭାରମ୍ଭ କରିଥିବା ଵେଳେ ଜିଲ୍ଲାର ଅନେକ ଗୁଡ଼ିଏ ଦେଢ କୋଟିରୁ ଉର୍ଦ୍ଧ୍ବ ୧୭ ଶହ ୭୦ କୋଟିର ଜନକଲ୍ୟାଣ ମୂଳକ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି,ପାନୀୟ ଜଳଯୋଗାଣ, ସହରାଞ୍ଚଳ ବିକାଶ,ଜଳାସଂପଦ ଓ ମହିଳା ଵିକାଶ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଓ ଉଦ୍ଘାଟନ କରିଥିଲେ। ଏଥିରେ ୫ଟି ସଚିଵ ଭିକେ ପାଣ୍ଡିୟାନ ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ,ଖାଦ୍ୟଯୋଗଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, କଟକ ଜିଲ୍ଲାପାଳ, ସିଏମସି କମିସନରଙ୍କ ସମେତ କଟକ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ବଡ଼ମ୍ବା ବିଧାୟକ ଦେବୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଉଦବୋଧନ ଦେଇଥିଲେ। କୁନା ତ୍ରିପାଠୀ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। କଟକ ଜିଲ୍ଲାରେ ୫ ଲକ୍ଷ ୭ ହଜାର ହିତାଧିକାରୀ ଉପକୃତ ହେବେ । ଏଥି ସହିତ ମୁଖ୍ୟମନ୍ତ୍ରୀ ୧୬ ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ନଜରରେ ରଖି କଟକ ଡ଼ିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।ଏହି କାର୍ୟ୍ୟକ୍ରମ କୁ ବିରୋଧ କରିଵାକୁ ଉଦ୍ୟମ କରୁଥିବା ନଗର ଵିଜେପି କର୍ମୀଙ୍କୁ ପୋଲିସ ଉଠାଇ ନେଇଥିଵା ଜଣାପଡିଛି। ଓଡ଼ିଶା ସମାଚାର

About admin

Check Also

ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯିବ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ରକ୍ତହୀନତା ଓ ଅପପୁଷ୍ଟି ଦୂର କରିବା ଆଭିମୁଖ୍ୟ ରଖି ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ …

Leave a Reply

Your email address will not be published.