Tuesday , December 6 2022
Home / ରାଜନୀତି / ସିବିଏସଇ ପ୍ରଶ୍ନପତ୍ର ନାରୀ ସ୍ୱାଧୀନତା ପ୍ରତି ତାଚ୍ଛଲ୍ୟ ; ଭାରତର ନାରୀସମାଜ ଏହାର ପ୍ରତିବାଦ କରିବା ଉଚିତ୍ : ସମାଜବାଦୀ ପାର୍ଟି

ସିବିଏସଇ ପ୍ରଶ୍ନପତ୍ର ନାରୀ ସ୍ୱାଧୀନତା ପ୍ରତି ତାଚ୍ଛଲ୍ୟ ; ଭାରତର ନାରୀସମାଜ ଏହାର ପ୍ରତିବାଦ କରିବା ଉଚିତ୍ : ସମାଜବାଦୀ ପାର୍ଟି

ଭୁବନେଶ୍ୱର , ୧୩/୧୨/୨୦୨୧ (ଓଡ଼ିଶା ସମାଚାର)- ସିବିଏସ୍ଇର ପ୍ରଶ୍ନପତ୍ର ନାରୀ ସମାଜ ପ୍ରତି ଅପମାନ । ନାରୀ ସ୍ୱାଧୀନତାକୁ ତାଚ୍ଛଲ୍ୟ କରିବା ସେଙ୍ଗ ସେଙ୍ଗ ଏକ ରୁଢିବାଦୀ ମାନସିକତାର ପ୍ରତିଫଳନ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ କୁହାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିବୃତିରେ ଏହାକୁ ତୀବ୍ର ନିନ୍ଦା କରିବା ସେଙ୍ଗ ସେଙ୍ଗ ତୁରନ୍ତ ଏଥିପାଇଁ ସିବିଏସଇ କର୍ତୃପକ୍ଷ ଭାରତର ନାରୀ ସମାଜକୁ କ୍ଷମା ମାଗିବା ଦରକାର ଓ ଏହି ପ୍ରଶ୍ନପତ୍ର ତିଆରି କରିଥିବା କର୍ମକର୍ତାଙ୍କ ବିରୁଦ୍ଧରେ ଶିକ୍ଷା ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀ ବେହେରା ଦାବି  କରିଛନ୍ତି । ‘ନାରୀ ସ୍ୱାଧୀନତା ଯୋଗୁଁ ସମାଜ ବିଶୃଙ୍ଖଳିତ ହେଉଛି, ପରିବାରରେ ପିଲାମାନେ ବାଟ ହୁଡ଼ୁଛନ୍ତି ଓ ବାପମାଆଙ୍କୁ ଅବଜ୍ଞା ପ୍ରଦର୍ଶନ କରୁଛନ୍ତି’ ଭଳି ଅତ୍ୟନ୍ତ ଅରୁଚିକର ରୁଢିବାଦୀ ମାନସିକତାକୁ ନେଇ ଏଭଳି ପ୍ରଶ୍ନ କରିବା ନାରୀ, ପୁରୁଷ ଭିତରେ ପ୍ରଭେଦର ପାଚେରୀ ଠିଆ କରିବା ସେଙ୍ଗ ସେଙ୍ଗ ନାରୀ ସମାଜର ସ୍ୱାଭିମାନ ଉପରେ ଆନ୍ଚ ଆଣିଛି । ଯେଉଁ ସରକାର ନାରୀମାନଙ୍କ ସ୍ୱାଧୀନତାକୁ ନେଇ ଏଭଳି ରୁଢିବାଦୀ ପ୍ରଶ୍ନ ଠିଆ କରିଛି, ସେମାନେ ନାରୀ ସ୍ୱାଧୀନତା, ନାରୀ ମାନଙ୍କର ଗଣତାନ୍ତ୍ରିକ ଅଧିକାର, ସଂସଦ ଓ ବିଧାନସଭାରେ ନାରୀ ପ୍ରତିନିଧିତ୍ୱ ନେଇ ବଡ଼ ବଡ଼ କଥା କହିବାର ନୈତିକ ଅଧିକାର ମଧ୍ୟ ନାହିଁ । ବିଜେପି ଶାସନ ସମୟରେ ନାରୀ ମାନଙ୍କର ସ୍ୱାଭିମାନ ଆଜି ସାମୂହିକ ନାରୀ ନିର୍ଯ୍ୟାତନାରେ ପରିଣତ ହେବାକୁ ଯାଉଛି ବୋଲି ଏହି ପ୍ରଶ୍ନପତ୍ର ପ୍ରତିଫଳିତ କରୁଛି । ଏହା କେନ୍ଦ୍ର ସରକାରଙ୍କର ସ୍ଲୋଗାନ ‘ବେଟୀ ପଢାଓ, ବେଟୀ ବଢାଅ’ର ବିରୁଦ୍ଧାଚରଣ ଓ ନାରୀ ସଶକ୍ତିକରଣ ପାଇଁ ଆହ୍ୱାନ ସୃଷ୍ଟି କରୁଛି । ତେଣୁ ସରକାର ଏଭଳି ମାନସିକତାର ଉଦ୍ଧ୍ୱର୍କୁ ଉଠି କେବଳ ପ୍ରଶ୍ନପତ୍ରକୁ ଶିକ୍ଷାବ୍ୟବସ୍ଥାରୁ ବାଦ୍ ଦେଇଦେଲେ ଚଳିବ ନାହିଁ । ଏଭଳି କାର୍ଯ୍ୟ ପାଇଁ ଦାୟୀ କର୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ସିବିଏସଇ କର୍ତୃପକ୍ଷ ଦେଶର ନାରୀ ସମାଜକୁ କ୍ଷମା ମାଗିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.