Thursday , June 30 2022
Breaking News
Home / ବିଶେଷ / ବିଙ୍ଗ ୱାଇଲଡ ଅନୁଷ୍ଠାନ ପକ୍ଷରୁ ପରିବେଶବିତ ପାର୍ଥସାରଥୀଙ୍କୁ ସମ୍ବର୍ଦ୍ଧନା

ବିଙ୍ଗ ୱାଇଲଡ ଅନୁଷ୍ଠାନ ପକ୍ଷରୁ ପରିବେଶବିତ ପାର୍ଥସାରଥୀଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୧୩/୧୨/୨୦୨୧(ଓଡ଼ିଶା ସମାଚାର)- ବିଙ୍ଗ ୱାଇଲଡ ତଥା ବନ୍ୟଜନ୍ତୁ ସଂରକ୍ଷଣ ସଂସ୍ଥାର ବାର୍ଷିକ ଉତ୍ସବ ଅବସରରେ କେନ୍ଦ୍ରାପଡା ଜିଲ୍ଲାର ବିଶିଷ୍ଟ ପରିବେଶବିତ ପ୍ରକୃତିବନ୍ଧୁ ପାର୍ଥସାରଥୀ ବେହେରାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।ଶ୍ରୀ ବେହେରା ପରିବେଶ, ନିଶା ନିବାରଣ, କରୋନା ସଚେତନତା ଓ ବନ୍ୟଜନ୍ତୁ ସୁରକ୍ଷା ଉପରେ ବେଶ ଉଲ୍ଲେଖନୀୟ କାର୍ଯ୍ୟ କରି ଜିଲ୍ଲା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ପୁରସ୍କୃତ ହୋଇଛନ୍ତି । ନିଜ ବାସଭବନ ପରିସରରେ ଏକ ଅସ୍ଥାୟୀ ନର୍ସରୀ କରି ଜନସାଧାରଣଙ୍କୁ ବିଭିନ୍ନ ବୃକ୍ଷର ଚାରା ପ୍ରଦାନ କରିବା ସହ ବୃକ୍ଷର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରିଥାନ୍ତି । ଚିଲିକା ଉନ୍ନୟନ କର୍ତୃପକ୍ଷ  ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସିଡିଏର ମୁଖ୍ୟ ସୁଶାନ୍ତ ନନ୍ଦ, ଜୟନ୍ତ ମର୍ଦ୍ଧରାଜ, କମଳ ପୁରୋହିତ, ପି.ସି.ଧର, ଏମ.କେ. ଖାତର, ଦେବେନ୍ଦ୍ର ପଟ୍ଟନାୟକ, ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ ଓ ସି. ପଟ୍ଟନାୟକଙ୍କ ଭଳି ବହୁ ପରିବେଶବିତ ଏବଂ ବୈଜ୍ଞାନିକମାନେ ଯୋଗଦେଇ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଛ, ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *