Wednesday , January 19 2022
Breaking News
Home / ବିଶେଷ / ବାରିପଦା ମଣ୍ଡଳ କାରାଗାରରେ ବିଚାରଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ

ବାରିପଦା ମଣ୍ଡଳ କାରାଗାରରେ ବିଚାରଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ

ବାରିପଦା,୧୩/୧୨/୨୦୨୧(ଓଡ଼ିଶା ସମାଚାର)- ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ କଏଦୀର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଛାତିରେ ଯନ୍ତ୍ରଣା ହେବା ରୁ ଜେଲ କର୍ତ୍ତୃପକ୍ଷ ବାରିପଦା ପି.ଆର.ଏମ. ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲେ। କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ବିଚାରଧୀନ କଏଦୀ ହେଉଛନ୍ତି ବାରିପଦା ଟାଉନ ଥାନା ଅନ୍ତର୍ଗତ ବାବୁସାହିର ୱାର୍ଡ ନମ୍ବର ୫ ଅଞ୍ଚଳର ଶଙ୍ଖୁ ରାୟ (୩୦) ।
ବଧୂ ହତ୍ୟା ଜନିତ ମାମଲାରେ ଗତ ୨୦୧୯ ମସିହା ଡିସେମ୍ବର ୨୫ ରେ ଗିରଫ ହୋଇ ବାରିପଦା ସ୍ଥିତ ମଣ୍ଡଳ କାରାଗାରରେ ବାପା, ମା ଓ ବଡ଼ ଭାଇ ସମେତ ଶଙ୍ଖୁ ମଧ୍ୟ ବିଚାରଧୀନ କଏଦୀ ଭାବେ କାରାଦଣ୍ଡ ଭୋଗୁଥିଲେ । କିନ୍ତୁ ସୋମବାର ସେ ଦିନ ସମୟରେ ଖାଇ ସାରିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲ କୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ପୂର୍ବରୁ ମୃତ୍ୟୁ ହୋଇସାରିଥିବା ନେଇ ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ କି ୬ ମାସ ତଳେ ସେହି ଜେଲରେ ବିଚାରଧୀନ କଏଦୀ ଭାବେ କାରାଦଣ୍ଡ ଭୋଗୁଥିବା ତାଙ୍କ ମା’ଙ୍କ ର ମୃତ୍ୟୁ ଘଟିଥିଲା । ମୃତ ଶଙ୍ଖୁଙ୍କ ବାପା ଓ ବଡ଼ ଭାଇ ଏବେ ମଧ୍ୟ ବିଚାରଧୀନ କଏଦୀ ଭାବେ ସେହି ଜେଲ ରେ ରହିଛନ୍ତି। ଓଡ଼ିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *