Wednesday , January 26 2022
Breaking News
Home / ବିଶେଷ / ନାବାଳିକା ଅପହରଣ ଉଦ୍ୟମ ଅଭିଯୋଗରେ କ୍ରସର କର୍ମଚାରୀ ଗିରଫ

ନାବାଳିକା ଅପହରଣ ଉଦ୍ୟମ ଅଭିଯୋଗରେ କ୍ରସର କର୍ମଚାରୀ ଗିରଫ

କଳାହାଣ୍ଡି,୧୩/୧୨/୨୦୨୧(ଓଡିଶା ସମାଚାର /ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ବନାଥପୁର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରିବାକୁ ଉଦ୍ୟମ କରିବା ଅଭିଯୋଗରେ ଜଣେ କ୍ରସର କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବିଶ୍ବନାଥପୁର ପୁଲିସ । ଏନେଇ ବିଶ୍ବନାଥପୁର ଥାନାରେ କେସ୍ ନଂ ୯୦/୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ବନାଥପୁର ଅଞ୍ଚଳର ଜଣେ ୧୧ ବର୍ଷିୟା ନାବାଳିକା ଆଜି ନିଜ ଗାଁ ନିକଟରେ ଛେଳି ଚରାଉଥିବାବେଳେ ପୋଖରୀବନ୍ଧସ୍ଥିତ ରାଧେଶ୍ୟାମ ଅଗ୍ରୱାଲଙ୍କ ଷ୍ଟୋନ୍ କ୍ରସରର ଅସ୍ଥାୟୀ କର୍ମଚାରୀ ବିହାର ରାଜ୍ୟର ବୁଧାମ ସାହାଣୀ ତାକୁ ବଳପୂର୍ବକ ଅପହରଣ କରିନେବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ନାବାଳିକା ଜଣକ ଚିତ୍କାର କରିବାରୁ ପାଖ ଜଙ୍ଗଲରେ କାଠ କାଟୁଥିବା ନାବାଳିକାର ବାପା ପହଞ୍ଚିବା ସହିତ ନିଜ ଗାଁ ଲୋକଙ୍କୁ ଡାକ ପକାଇଥିଲେ । ଫଳରେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ବୁଧାମକୁ ଅଟକ ରଖିବା ସହିତ ବିଶ୍ବନାଥପୁର ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଧାମକୁ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇଥିଲା । ଏ ନେଇ ନାବାଳିକାଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହିତ ବୁଧାମକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବିଶ୍ବନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ ପ୍ରକାଶ କରିଛନ୍ତି । ଓଡିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *