Tuesday , May 30 2023
Breaking News
Home / ବିଶେଷ / “ନର୍କପୁରୀର ଛାଇ”ପୁସ୍ତକର ଶୁଭ ଉନ୍ମୋଚନ ଉତ୍ସବ

“ନର୍କପୁରୀର ଛାଇ”ପୁସ୍ତକର ଶୁଭ ଉନ୍ମୋଚନ ଉତ୍ସବ

କେନ୍ଦ୍ରାପଡ଼ା, ୧୩/୧୨/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦ ଆନୁକୂଲ୍ୟରେ କବି ନିକୁଞ୍ଜ ବିହାରୀ ପୃଷ୍ଟିଙ୍କ ରଚିତ “ନର୍କ ପୁରୀର ଛାଇ”ପୁସ୍ତକର ଶୁଭ ଉନ୍ମୋଚନ ଉତ୍ସବ ଗୁଲନଗରସ୍ଥିତ ସଞ୍ଜିବନୀ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କବି ସଞ୍ଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ବୁଦ୍ଧ ଗବେଷକ ଡଃ. ହରିଶ ଚନ୍ଦ୍ର ପୃଷ୍ଟି, ମୁଖ୍ୟ ବକ୍ତା ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଡଃ. ଭାଗ୍ୟଧର ସାହୁ, ବିଶିଷ୍ଟ ଅତିଥି ଓଡିଶା ସାହିତ୍ୟ ଏକାଡେମିର ପ୍ରାକ୍ତନ ସଭ୍ୟ ଡଃ. ବାସୁଦେବ ଦାସ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡଃ. ସର୍ବେଶ୍ୱର ସେଣ, ସମ୍ମାନୀତ ବକ୍ତାଭାବେ ସତୀର୍ଥ ସମ୍ପାଦକ ମନ୍ମଥ ନାଥ ବରାଳ ପ୍ରମୁଖ ଯୋଗଦେଇ ‘ନର୍କ ପୁରୀର ଛାଇ’ପୁସ୍ତକ ବହୁତ ଉପାଦେୟ ତଥା ହୃଦୟ ସ୍ପର୍ଶୀ ହୋଇପାରିଛି ବୋଲି ବକ୍ତବ୍ୟ ରଖିଥିଲେ । ଯୋଗଗୁରୁ ସଞ୍ଜୟ କୁମାର ମଥାନ ବେଦପାଠ, ଈଶ୍ୱର ଚନ୍ଦ୍ର ପୃଷ୍ଟି ଅତିଥି ପରିଚୟ, ସମ୍ପାଦକ ସ୍ୱପ୍ନାଶୁଂ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କବି ନିକୁଞ୍ଜ ବିହାରୀ ପୃଷ୍ଟି ଓ ନିକଟରେ ଭାଷା ସାହିତ୍ୟରେ ଡକ୍ଟରେଟ ପାଇଥିବା ଡଃ. ଅଜୟ କୁମାର ରାଉତଙ୍କୁ ପରିଷଦ ପକ୍ଷରୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନୀତ କରିଥିଲେ । କବି ଶୈଳଜା ଶଙ୍କର ସାମଲ, ସହ ସମ୍ପାଦକ ଅଶୋକ କୁମାର ସାହୁ ଓ ନିରୂପମା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବିତା ମୁଦୁଲି, ଅଜୟ କୁମାର ପାତ୍ର, ରାମକୃଷ୍ଣ ଦାସ, ରଞ୍ଜନ କୁମାର ବାଈ, ରାଜେଶ କୁମାର ଜେନା, ଗୀତାଞ୍ଜଳୀ ସାହୁ, ଗୋଲାପ ରାଉତ, ତୃପ୍ତିମୟୀ ଜେନା, ଅପର୍ତି ସେଠୀ, ଡଃ ରତ୍ନାକର ମଲ୍ଲିକ, ଅନିତା ପୃଷ୍ଟି, ବଟକୃଷ୍ଣ ବାରିକ, ରଘୁନାଥ ସାହୁ, ଦିବାକର ରାଉତ, ନକୁଳ ପୃଷ୍ଟି, ଅମର କୁମାର ରାଉତ ପ୍ରମୁଖ ୭୦ରୁ ଉଦ୍ଧ୍ୱର୍ କବି ଓ କବୟିତ୍ରୀ କବିତା ପାଠ କରିଥିଲେ । ଉପଦେଷ୍ଟା ଭରତ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.