କଳାହାଣ୍ଡି , ୧୩/୧୨/୨୦୨୧( ଓଡିଶା ସମାଚାର /ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲାରେ ଓଡିଶା ସରକାର ଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ କାର୍ୟ୍ୟରତ ଯୋଗାଣ ସହାୟକ ମାନେ ଆଜ କୁ ୮ ବର୍ଷ ଧରି କାର୍ୟ୍ୟ କରିଆସୁଥିଲେ ହେଁ ରାଜ୍ୟ ସରକାର ଅଣଦେଖା କରିଆସୁଛନ୍ତି। ବିଭିନ୍ନ କାର୍ୟ୍ୟରେ କୋଭିଡ୍-୧୯ ସମୟରେ ଟି.ଏମ.ସି ଏବଂ କୋଭିଡ୍ କେୟାର ହୋମ୍ ରେ ନୋଡାଲ ଅଫିସର ରୂପେ କାର୍ୟ୍ୟ କରିଥିବା ସହାୟକ ମାନେ ଓ ତିତିଲି ଫନୀ ସମୟରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିଥିଲେ ଓ ନିର୍ବାଚନ ସମୟରେ ମଧ୍ୟ ଅଫିସର ରୂପେ , କାଳିଆ ଯୋଜନାରେ ନୋଡାଲ୍ ଅଫିସର ରୂପେ କାର୍ୟ୍ୟ ତୁଲାଇ ଆସୁଥିଲେ । ପିଠା କାର୍ୟ୍ୟକ୍ରମ , ଆଇନା ବହି ବଣ୍ଟନ ଏବଂ ବିଏସକେୱାଇ କାର୍ଡ଼ ବଣ୍ଟନ ସମୟରେ ମଧ୍ୟ କାର୍ୟ୍ୟକରିଆସୁଛନ୍ତି। ହେଲେ ଏମାନଙ୍କ ପ୍ରତି ସରକାରଙ୍କର କୌଣସି ସହନାଭୁତି ନାହିଁ ଏ ମାନେ ପ୍ରକାଶ କରିଛନ୍ତି ତେଣୁ ଆଜି ଭବାନୀପାଟଣା ସହରସ୍ଥିତ ଅମଲା ଭବନ ଠାରୁ ଜିଲ୍ଲାର ଶହଶହ ଯୋଗାଣ ସହାୟକ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଯୋଗାଣ ସହାୟକଙ୍କ ପାରିଶ୍ରମିକ ଟ.୬୦୦୦/- ରୁ ଟ.୨୫୦୦୦/- କୁ ବୃଦ୍ଧି ,ଗ୍ରାମପଞ୍ଚାୟତରୁ ଦରମା ନ ଦେଇ ସିଧାସଳଖ ବ୍ୟାଙ୍କ ଖାତା ମାଧ୍ୟମରେ ରାଜ୍ୟ ଯୋଗାଣ ବିଭାଗ , ଓଡିଶା ସରକାରଙ୍କ ତରଫରୁ ଦିଆଯିବା ଆଦି ଦାବି ନେଇ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମି ଦିନରେ ଦାବି ପୁରଣ କରାନଗଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନି ଦେଇଛନ୍ତି । ଓଡିଶା ସମାଚାର