ଗାଁ କୁ ପସିଲେ ଜଙ୍ଗଲି ହାତୀ,ଭାଙ୍ଗିଲେ ଘରଦ୍ଵାର ,ନଷ୍ଟ କଲେ ଖାଦ୍ୟ ଶସ୍ୟ,ଆତଙ୍କରେ ଗ୍ରାମବାସୀ ସରକାରୀ ବାବୁ ମାନଙ୍କର ଦେଖା ନାହିଁ
କଳାହାଣ୍ଡି,୧୩/୧୨/୨୦୨୧(ଓଡିଶା ସମାଚାର /ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା ର ଦୁର୍ଗମ ଅଞ୍ଚଳ ଲାଞ୍ଜିଗଡ଼ ବ୍ଳକ ଠାରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସନ୍ଧ୍ୟା ହେଲେ ଦୁର୍ଗମ ଅଞ୍ଚଳ ବାସୀ ଭୟର ବାତାବରଣରେ ରହୁଛନ୍ତି । ସନ୍ଧ୍ୟା ହେଲେ ଜଙ୍ଗଲି ହାତୀପଲ୍ଲ ଗାଁ ଭିତରକୁ ପସି ଅନେକ କ୍ଷୟକ୍ଷତି ଘଟାଉଛନ୍ତି । ଅନେକ ଲୋକଙ୍କ ଫସଲ ଉଜାଡି ଦେଉଥିବା ବେଳେ ଘରଦ୍ୱାର ମଧ୍ୟ ଭାଙ୍ଗି ଦେଉଛନ୍ତି ।ହେଲେ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବାପାଇଁ କୌଣସି ପଦକ୍ଷେପ ନିଆ ଯାଉନାହିଁ ।ଆଜିଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ ଛତ୍ରପୁର ପଞ୍ଚାୟତର ଖଜୁରିପଦର ଗାଁରେ । ସୁଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୨୦ ରୁ ଉର୍ଦ୍ଧ୍ବ ଜଙ୍ଗଲି ହାତୀପଲ୍ଲ ଖଜୁରିପଦର ଗାଁ ଭିତରକୁ ପସିଆସି ହୁଙ୍କାର ମାରିଥିଲେ । ଭୟରେ ଗାଁ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ । ଜଙ୍ଗଲି ହାତୀପଲ୍ଲ ଗାଁର ତିନୋଟି ଘର ଭାଙ୍ଗି ଦେଇ ଘରେ ଥିବା ଖାଦ୍ୟଶସ୍ୟକୁ ଖାଇ ମାଡ଼ି ନଷ୍ଟ କରିଦେଇଥିଲେ ।ଗାଁର ଲିଙ୍ଗରାଜ ମାଝୀ , ମେଁଡି ମାଝୀ , ସୁବର୍ଣ୍ଣ ମାଝୀ ଙ୍କ ଘର ସମ୍ପୁର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ପରିବାର ରହିବା ପାଇଁ କୈାଣସି ବାସସ୍ଥଳୀ ନାହିଁ ।ବର୍ତ୍ତମାନ ସେମାନେ ପଡୋସି ଘରେ ଆଶ୍ରୟ ନେଇଥିବା ଜଣାପଡିଛି । ଗାଁ ବାହାରେ ଭୟଙ୍କର ହୁଙ୍କାର ମାରି ଗାଁ ଲୋକଙ୍କୁ ଭୟ ଭିତ କରିଥିବା ବେଳେ ଗାଁରେ ଥିବା ଚାଷ କୁ ମଧ୍ୟ ନଷ୍ଟ କରି ଦେଇଛନ୍ତି । ହାତୀ ଆକ୍ରମଣ ଭୟରେ ଗାଁ ଲୋକେ ଲୁଚିକି ରହିଯାଇଥିଲେ । ଆଜି ସକାଳୁ ଏ ସଂପର୍କରେ ବିଶ୍ୱନଥପୁର ରେଞ୍ଜର ସୁଦର୍ଶନ ଦେହୁରୀ ଙ୍କୁ ଖବର ଦେଇଥିଲେ ମଧ୍ୟ ବନବିଭାଗ ପକ୍ଷ୍ୟରୁ କୋଣସି ପଦକ୍ଷେପ ନିଆଯାଇନାହିଁ ।
କେବଳ ବନ ବିଭାଗର କିଛି କର୍ମଚାରୀ ଘଟଣା ସ୍ଥଳର ସ୍ଥିତି ପରଖି ଚାଲି ଆସିଥିଲେ । ଦୁର୍ଗମ ଅଞ୍ଚଳରେ ହାତୀ ଉପଦ୍ରବକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ସ୍କାର୍ଡ ଗଠନ କରି ହାତୀର ଗତିପଥକୁ ଲକ୍ଷ କରାଯାଉଛି ବୋଲି କୁହାଯାଉଛି ହେଲେ ତାହା କେବଳ କାଗଜପତ୍ର ରେ ଚାଲିଥିବା ଅଭିଯୋଗ ହେଉଛି। ଗାଁ ଲୋକଙ୍କ କ୍ଷୟକ୍ଷତି ପାଇଁ ବିଶ୍ୱନାଥପୁର ରେଞ୍ଜର ଆକଳନ କରିବା କଥା ହେଲେ ତାହା ମଧ୍ୟ ଏପର୍ୟ୍ୟନ୍ତ ହୋଇନ ଥିବା ଅଭିଯୋଗ ହୋଇଛି । ବିଶ୍ୱନାଥପୁର ତହସିଲଦାର ମୁନିନ୍ଦ୍ର ହୁଁନ୍ନାଗା ଘର ଭାଙ୍ଗିଯାଇଥିବା ପରିବାର ଙ୍କୁ ରହିବା ପାଇଁ ପୋଲିଥିନ ଦେବାକଥା ହେଲେ ଏ ପର୍ଯ୍ୟନ୍ତ ଘଟଣା ସ୍ଥଳ କୁ ଯାଇନାହାନ୍ତି । ବର୍ତ୍ତମାନ ତିନୋଟି ପରିବାର ବେସାହାରା ହୋଇଥିବା ବେଳେ ସେମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗାଟିଏ ନାହିଁ ।
ସେମାନେ ଖାଇବେ କଣ,ପିନ୍ଧିବେ କଣ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ବ୍ଲକ ପ୍ରଶାସନର କୈାଣସି ଅଧିକାରୀ ମଧ୍ୟ ଘଟଣା ସ୍ଥଳକୁ ଯାଇ ନାହାନ୍ତି । ବର୍ତ୍ତମାନ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସହଯୋଗର ହାତ ବଡାଇବା ନିହାତି ଆବଶ୍ୟକତା ହୋଇପଡିଛି । ଦୁର୍ଗମ ଅଞ୍ଚଳରେ ହାତୀଭୟ କେବେ ଦୂରହେବ ,ବନବିଭାଗ ଏ ଦିଗରେ କେବେ ପଦକ୍ଷେପ ନେବେ ତାହା ସାଧାରଣ ରେ ଦେଖିବାକୁ ବାକି ରହିଲା ଓଡିଶା ସମାଚାର
