କଟକ ସଦର, ୧୩/୧୨/୨୦୨୧ (ଓଡିଶା ସମାଚାର /ଵିଷ୍ଣୁ ବେହେରା):କଟକ ଜିଲ୍ଲା ଵିଜେପି ଓ ନଗର ଜିଲ୍ଲା ଵିଜେପି ପକ୍ଷରୁ ଆଜି ସୋମବାର ଦିନ ଜିଲ୍ଲା ସଭାପତି ପୂର୍ଵତନ ବିଧାୟକ ପ୍ରକାଶ ବେହେରାଙ୍କ ଆଵାହକତ୍ୱ ଓ ଦିଲ୍ଲିପ ମଲ୍ଲିକଙ୍କ ସଂଯୋଜନାରେ ପ୍ରଧାନପଡା ଗଣିପୁର ସ୍ଥିତ ମୁକ୍ତେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏବଂ ନଗର ଵିଜେପି ସଭାପତି ଲଲାଟେନ୍ଦୁ ଵଡୁଙ୍କ ଆଵାହକତ୍ୱ ଓ ନୟନ କିଶୋର ମହାନ୍ତିଙ୍କ ସଂଯୋଜନାରେ କଟକ କଲେଜ ଛକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ନିକଟରେ “ଭଵ୍ୟ କାଶୀ ଦିଵ୍ୟ କାଶୀ” କାର୍ଯ୍ୟକ୍ରମର ସିଧା ପ୍ରସାରଣ ଅନୁଷ୍ଠିତ ହୋଇଯାଇଛି।
କଟକ କାର୍ଯ୍ୟକ୍ରମରେ ପୂଜା କମିଟିର କାର୍ଯ୍ୟକର୍ତ୍ତା,ମଠ ମନ୍ଦିରର ସାଧୁସନ୍ଥ, ବୁଦ୍ଧିଜୀବୀଙ୍କ ସମେତ ନିଗମ କଳ୍ପତରୁ ଆଶ୍ରମର ଵାଵା ବ୍ରହ୍ମାନନ୍ଦ ସରସ୍ବତୀ,ଶ୍ରୀ ମାନସ ଚୈତନ୍ୟ, ଶ୍ରୀ ଆନନ୍ଦ ଚୈତନ୍ୟ,ଅରୁଣ ପଣ୍ଡା ପ୍ରମୁଖ ଯୋଗଦେଇ କାଶୀ ଧାମର ଏହି ଐତିହାସିକ ମାହେନ୍ଦ୍ର ଵେଳାକୁ ଭାରତର କ୍ରାନ୍ତିକାରୀ ଆଧ୍ୟାତ୍ମିକ ଵିପ୍ଳଵର ଅୟାମରମ୍ଭ ବୋଲି ଅଭିହିତ କରିଥିଲେ। ଉଭୟ ସ୍ଥାନରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବାକୁ ଵହୁ ଜନସମାଗମ ହୋଇଥିଲା। ଓଡିଶା ସମାଚାର