Saturday , November 26 2022
Breaking News
Home / ବିଶେଷ / ଭଟିମୁଣ୍ଡା ର ନିଆରା  ପ୍ରସିଦ୍ଧ ସାହିଯାତ୍ରା

ଭଟିମୁଣ୍ଡା ର ନିଆରା  ପ୍ରସିଦ୍ଧ ସାହିଯାତ୍ରା

ସାଲେପୁର,୧୨/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- କଟକଜିଲ୍ଲା ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀ ର ଭଟିମୁଣ୍ଡା ଠାରେ ପ୍ରସିଦ୍ଧ ସାହିଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଚଳିତବର୍ଷ କୋଭିଡ କଟକଣା ପାଇଁ କାର୍ତ୍ତିକପୂର୍ଣ୍ଣିମା ରେ ଅନୁଷ୍ଠିତ ହେବା ପରିବର୍ତ୍ତେ ଗତ ଶନିବାର ଦିନ ଆରମ୍ଭ ହୋଇଛି।ଭଟିମୁଣ୍ଡା କଂସା ବାସନ ପାଇଁ ସାରା ଓଡ଼ିଶା ରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏବେ ସାହିଯାତ୍ରା ଏକ ସାଂସ୍କୃତିକ  ପ୍ରସିଦ୍ଧି ପ୍ରଦାନ  କରିଛି।ପ୍ରାୟ୧୦୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ଏହି ଯାତ୍ରା ଅନୁଷ୍ଠିତ ହେଉଅଛି।ଚାରୋଟି ସାହିର ଲୋକମାନେ ଏକତ୍ରିତ ହୋଇ ଏହି ନିଆରା ଭାଇଚାରା ଓ ସଦଭାବନାର  ଉତ୍ସବ ସାହିଯାତ୍ରା ରେ ଭାଗନେଇଥାନ୍ତି। ଯେଉଁମାନେ  ଏଥିରେ ଭାଗନେଇ ଥାନ୍ତି ସେମାନେ ଏକ ମାସପୂର୍ବରୁ ଅରୁଆ ଖାଇ ଭକ୍ତି ଓ ନିଷ୍ଠାର ସହିତ ରହିବାକୁ ପଡିଥାଏ ।ଏଥିରେ ନାଗା ବାବା ଓ ମହାବୀର,ଦୁର୍ଗା ଓ କାଳି ମେଢ଼ ବାହାରି ସାହି ପରିକ୍ରମା କରାଯାଏ। ବାଦ୍ୟ ଓ ଘଣ୍ଟ ର ତାଳେ ତାଳେ  ନିଷ୍ଠାର ସହ ନୃତ୍ୟ ପରୀବେଷଣ କରନ୍ତି।ଗ୍ରାମବାସୀ ଙ୍କ କହିବା ଅନୁଯାଇ ଯଦି ଯାତ୍ରା ବନ୍ଦ କରାଯାଏ ମା କାଳି ନିଜେପ୍ରକଟ ହୋଇ  ପିଲାମାନଙ୍କ ସହ ଖେଳିବାର ନଜିର ରହିଛି ବୋଲି ପ୍ରକାଶ କରିଛନ୍ତି।ଏହି ଯାତ୍ରା ବହୁ ବିଶ୍ୱାସ ଓ ଆସ୍ଥାର ପ୍ରତୀକ ଭାବେ ଲମ୍ବିଚାଲିଛି କାହଁ କେଉଁ କାଳରୁ ।ଗ୍ରାମ ବାସୀଙ୍କ ବିଶ୍ୱାସ ରହିଛି ଯେ ଏହି ଯାତ୍ରା ଯେତେବେଳେ ସାହି ପରିକ୍ରମା କରି ଶେଷ ହୁଏ,  ସାହି ର ସମସ୍ତଙ୍କ ମନୋବାନ୍ଛା ପୂର୍ଣହୁଏ।ଗତ ବର୍ଷ କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ବେଳେ ଚଳିତ ବର୍ଷଏହା  ଅନୁଷ୍ଠିତ ହୋଇଛି ବୋଲି ଆୟୋଜକ ମାନେ ଖୁସିବ୍ୟକ୍ତ କରିଛନ୍ତି।ଓଡ଼ିଶା ସମାଚାର

Leave a Reply

Your email address will not be published.