Wednesday , January 19 2022
Breaking News
Home / ବିଶେଷ / ବାଲିଆପଦା ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ

ବାଲିଆପଦା ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ

ନିଶ୍ଚିନ୍ତକୋଇଲି, ୧୨/୧୨/୨୦୨୧, (ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ନିଶ୍ଚିନ୍ତକୋଇଲି ବ୍ଲକର  ବାଲିଆପଦା ଠାରେ ମିଶନଶକ୍ତି ପକ୍ଷରୁ ପଞ୍ଚାୟତ ଏସଏଚଜି ଫେଡେରେସନ ଦ୍ୱାରା ଏକ ସମୀକ୍ଷା ବୈଠକକୁ ଆଇନିମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଥିଲେ । ନିଶ୍ଚିନ୍ତକୋଇଲି ବ୍ଲକ୍ ବିଡ଼ିଓ କର୍ଣ୍ଣଦେବ ସମାଦ୍ଦାର ଙ୍କ ସଭାପତିତ୍ୱରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର  ଏହି ସମୀକ୍ଷା ବୈଠକରେ ୮୦ରୁ ଉର୍ଦ୍ଧ୍ଵ ଗ୍ରୁପ ଯୋଗଦେଇଥିଲେ । ଏହି ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ଯୋଗଦେଇ ମହିଳା ମାନେ କିପରି ସ୍ୱାବଲମ୍ବୀ ଓ  ଆତ୍ମନିର୍ଭରଶୀଳ  ହୋଇପାରିବେ ସେ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ମହିଳାମାନଙ୍କ ଆର୍ଥିକ ବିକାଶ ଦ୍ୱାରା ସାମାଜିକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଆସୁଥିବା ମନ୍ତ୍ରୀ କହିଥିଲେ ।

  ଏହି କାର୍ୟ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ସବିତା ଓଝା, ବ୍ଲକ ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ତନ୍ମୟ ମହାନ୍ତି, ସିଡିପିଓ ଲୀଳାବତୀ ସେଠୀ,ସ୍ଥାନୀୟ ସରପଞ୍ଚ କୈଳାଶ ସାମନ୍ତରାୟ ,  ବିଜେଡ଼ି ଯୁବନେତା ଅଶୋକ କୁମାର  ଓଝା , ବ୍ଲକ୍ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପୂର୍ବତନ ବ୍ଲକ୍ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

ଏଥି ଉତ୍ସବରେ ୯ ଟି  ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଳ୍ପ ସୁଧରେ ଏକ ଲକ୍ଷରୁ ପାଞ୍ଚ ଲକ୍ଷ ପର୍ୟ୍ୟନ୍ତ ୠଣ ସହାୟତା ପ୍ରଦାନ କରାଯିବା ଦେଖିବାକୁ ମିଳିଥିଲା । କାର୍ୟ୍ୟକ୍ରମରେ ୧ ହଜାରରୁ ଉର୍ଦ୍ଧ୍ଵ ମହିଳା ଉପସ୍ଥିତ ଥିଲେ । ଓଡିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *