Tuesday , December 6 2022
Home / ଶିକ୍ଷା / ବାଜିରାଉତ କଲେଜରେ ପରିବେଶ ପ୍ରଦୂଷଣ ଓ ନିରାକରଣ କର୍ମଶାଳା

ବାଜିରାଉତ କଲେଜରେ ପରିବେଶ ପ୍ରଦୂଷଣ ଓ ନିରାକରଣ କର୍ମଶାଳା

ଭୁବନ,୧୨/୧୨/୨୦୨୧(ଓଡ଼ିଶା ସମାଚାର)-ଭୁବନ  ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ‘ଇକୋକ୍ଲବ’ ଆନୁକୂଲ୍ୟରେ ପରିବେଶ ପ୍ରଦୂଷଣ ଓ ନିରାକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ କୁମାର ବେହେରା ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ‘ଇକୋ’କ୍ଲବ ଅଫିସର ଅଧ୍ୟାପକ ପ୍ରଭାତ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ  ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ହିମାଂଶୁ ଶେଖର ମିଶ୍ର,ଅଧ୍ୟାପକ ସୁବାସ ଚନ୍ଦ୍ର ପତି,ଡଃ ଶ୍ରାବଣୀ ଅଳ୍ପନା,ଅଧ୍ୟାପିକା ସୌମ୍ୟାଶ୍ରୀ,  ଡଃ ହରେକୃଷ୍ଣ ପଣ୍ଡା ,ଡଃ ଏସ.ଏନ ଦାସ ଙ୍କ ସନ୍ଦର୍ଭ ଦାଖଲ କରିଥିଲେ । ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଅନୀଲ କୁମାର ଧୀର ଯୋଗଦେଇଥିଲେ । ଅଧ୍ୟାପକ ସଂଜୟ କୁମାର ସାହୁଙ୍କୁ କୃତଜ୍ଞତାଜ୍ଞାପନ କରାଯାଇଥିଲା । ମୁଖ୍ୟକିରାଣୀ କୈଳାସ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ,କର୍ମଚାରୀଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.