Tuesday , August 16 2022
Breaking News
Home / ବିଶେଷ / ପୋଖରୀ ରେ ପଡ଼ି ବୃଦ୍ଧା ମୃତ

ପୋଖରୀ ରେ ପଡ଼ି ବୃଦ୍ଧା ମୃତ

ପାଟକୁରା, ୧୨/୧୨/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ଗ୍ରାମର ସ୍ୱର୍ଗତ ଯଦୁମଣି ସାହୁ ଙ୍କ ପତ୍ନୀ ଅହଲ୍ୟା ସାହୁ (୮୦) ଆଜି ସକାଳେ ପୋଖରୀ ରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି । ଆଜି ଭୋରୁ ବିଛଣାରୁ ଉଠି ଅହଲ୍ୟା ଘର ଠାରୁ କିଛି ଦୂରରେ ଥିବା ଏକ ପୋଖରୀ କୁ ଶୌଚ ହେବାକୁ ଯାଇଥିଲେ । ଅସାବଧାନତା ବସତଃ ସେ ପୋଖରୀରେ ବୁଡ଼ିଯାଇଥିଲେ । କିଛି ସମୟ ପରେ ତାଙ୍କ ପରିବାର ତାଙ୍କୁ ଖୋଜ ଖବର କରି ତାଙ୍କ ଚପଲ ପୋଖରୀ ହୁଡ଼ାରେ ଥିବାରୁ ଅଗ୍ନୀଶମ ବିଭାଗକୁ ଖବର ଦେଇଥିଲେ । ଗରଦପୁର ଅଗ୍ନୀଶମ ବିଭାଗ ସେଠାରେ ପହଂଚି ଅହଲୃା ଙ୍କୁ ପୋଖରୀ ରୁ ଉଦ୍ଧାର କରି ପାଟକୁରା ମେଡ଼ିକାଲକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ପୁଅ ଅଜାମ୍ବର ଙ୍କ ଅଭିଯୋଗ କ୍ରମେ ପାଟକୁରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପୋଲିସ ଶବ ଜବତ କରି ପଂଚନାମା କରିବା ସହିତ ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ା ସଦର ହସପିଟାଲକୁ ପଠାଇଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.