Friday , June 2 2023
Breaking News
Home / ବିଶେଷ / ଗୁଳିମାଡ଼ କରି ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ

ଗୁଳିମାଡ଼ କରି ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ

ଖଲ୍ଲିକୋଟ ୧୨/୧୨/୨୦୨୧(ଓଡ଼ିଶା ସମାଚାର)- ବେଗୁନିଆପଡ଼ା ଫାଣ୍ଡି ଅଞ୍ଚଳର ଅଙ୍ଗାରଗାଁ-ନୁଆଁଗଡ଼ ମୁଖ୍ୟରାସ୍ତାରେ ଗୁଳିକାଣ୍ଡ ଘଟିଥିବା ଜଣାପଡ଼ିଛି। ଗୁଳିକରି ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଠାରୁ ୧୦ହଜାର ଟଙ୍କା ଛଡ଼ାଇ ନେଇଛନ୍ତି ଦୁର୍ବୃତ। ଗୁଳିମାଡ଼ ରେ ଆହତ ଅବସରପ୍ରାପ୍ତ ସେନାକର୍ମଚାରୀ ହୁମା ଅଞ୍ଚଳର ପୁଷ୍ପ ପ୍ରକାଶ ବେହେରା । ସେ ତାଙ୍କର କିଛି କାମସାରି ଅଙ୍ଗରଗାଁରୁ ହୁମା ଫେରୁଥିଲେ। ଏହି ସମୟରେ ଗୋଟିଏ ବାଇକରେ ୩ଜଣ ଆସି ତାଙ୍କୁ ବନ୍ଧୁକ ଦେଖାଇ ଅଟକାଇଥିଲେ । ପାଖରେ ଥିବା ଟଙ୍କା ମାଗିଥିଲେ । ସେ ନଦେବାରୁ ତାଙ୍କ ଗୋଡକୁ ଗୁଳି କରି ତାଙ୍କ ପାଖରୁ ନଗଦ ୧୦ହଜାର ଟଙ୍କା ନେଇଯାଇଥିଲେ। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ଆହତ ଶ୍ରୀ ବେହେରା ଙ୍କୁ ସୁମଣ୍ଡଳ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.