Tuesday , December 6 2022
Home / କୃଷି / କେନ୍ଦ୍ରୀୟ ଟିମ୍ ଫସଲ ଙ୍କ କ୍ଷୟକ୍ଷତି ଆକଳନ 

କେନ୍ଦ୍ରୀୟ ଟିମ୍ ଫସଲ ଙ୍କ କ୍ଷୟକ୍ଷତି ଆକଳନ 

ପାଟକୁରା, ୧୨/୧୨/୨୦୨୧(ଓଡ଼ିଶା ସମାଚାର)-ବାତ୍ୟା ଓ ଲଘୁଚାପ ଜନିତ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆଜି ସନ୍ଧ୍ୟାରେ ପାଟକୁରା ଅଂଚଳର କେତେକ ସ୍ଥାନ ଦେଖି ଫେରିଯାଇଛନ୍ତି । ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ ପଂଚାୟତର ନୂଆପଡ଼ା ଗରଦପୁର ରାସ୍ତାର ସୋଲପାଟ ଗ୍ରାମ ନିକଟସ୍ଥ ବିଦ୍ୟୁତ ସବ ଷ୍ଟେସନ ଛକ ପର୍ଯ୍ୟନ୍ତ ଆସିଥିଲେ । କେନ୍ଦ୍ରୀୟ ଟିମ ଏହି ଅଂଚଳ ଗସ୍ତ କରୁଥିବା ଖବା ପାଇ ପଦ୍ମପୁର ପଂଚାୟତର ପୂର୍ବତନ ସମିତି ସଭ୍ୟ ଭଜହରି ସେନାପତି, ବେଡ଼ାରୀ ସରପଂଚ ଗୋକୁଳାନନ୍ଦ ବେହେରା , ପୂର୍ବତନ ସରପଂଚ ରବିନ୍ଦ୍ରନାଥ ବାରିକ ପ୍ରମୁଖ କେତେକ ଚାଷୀମାନେ ଉପସ୍ଥିତ ଥିଲେ । କେନ୍ଦ୍ରୀୟ ଟିମ୍ କୁ ଏହି ଅଂଚଳର ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ଅବଗତ କରାଇଥିଲେ । ବେଡ଼ାରୀ ପଂଚାୟତର ମଇଁଷି ଗୋଠ ଚକ ,ବାଘ ତୈଳ ଚକ, ଗହୀର ପାଟ, ଛକିତା, କୂଳଚକ , ଗୋତ୍ରବିଲ , ନୂଆପଡ଼ା ଆଦି ଗ୍ରାମର ଚାଷ ଜମି ସମ୍ପର୍କରେ ଉପସ୍ଥିତ ଚାଷୀମାନେ କେନ୍ଦ୍ରୀୟ ଟିମ କୁ ଅବଗତ କରାଇଥିଲେ । ସନ୍ଧ୍ୟା ହୋଇ ଯାଇଥିବାରୁ ଏହି କେନ୍ଦ୍ରୀୟ ଟିମ ଅତି ତରବର ସହ ଫେରିଯାଇଥିଲେ କେନ୍ଦ୍ରୀୟ ଟମ ଆସୁଥିବା ଖବା ପାଇ କେତେକ ଚାଷୀ ଅଭିଯୋଗ ଚଣାଇବା ପାଇଁ ଆସୁଥିବାବେଳେ ସେତେବେଳକୁ କେନ୍ଦ୍ରୀୟ ଟିମ ଫେରିଯାଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.