Tuesday , August 9 2022
Breaking News
Home / ବିଶେଷ / କେନ୍ଦ୍ରାପଡା ସାଇକେଲ କ୍ଲବର ପରିବେଶ ସଚେତନତା

କେନ୍ଦ୍ରାପଡା ସାଇକେଲ କ୍ଲବର ପରିବେଶ ସଚେତନତା

କେନ୍ଦ୍ରାପଡ଼ା, ୧୨/୧୨/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସାଇକେଲ କ୍ଲବ ପକ୍ଷରୁ ପରିବେଶ ସଚେତନତା ଓ ସଫେଇ କାର୍ଯ୍ୟକ୍ରମ ଇନ୍ଦୁପୁର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବାଳିକା ଉଚ୍ଚ ବିଦ୍ୟାଳୟର ପରିସରକୁ କ୍ଲବର ସଦସ୍ୟମାନେ ସଫେଇ କରିବା ସହିତ ନିକଟସ୍ଥ ପଲ୍ଲୀମଙ୍ଗଳ ପଡିଆ ଠାରେ ଜନସାଧାରଣଙ୍କୁ ପଲିଥିନ ବ୍ୟବହାର ନକରିବା, ଅଳିଆ ଆବର୍ଜ୍ଜନାକୁ ଗୋଟିଏ ସ୍ଥାନରେ ପକାଇବା ସହିତ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ । ଏହାପରେ ସ୍ଥାନୀୟ ବ୍ରାହ୍ମ୍ମଣୀ ନଦୀପଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ ଡା. ବୀରେନ୍ଦ୍ର ଦାଶ, ଶୁଭାଶିଷ ଜେନା, ମାତୃଦତ ମହାନ୍ତି, ଜଗନ୍ନାଥ ଧଳ, ଗଙ୍ଗାଧର ଘଡେଇ, ଚନ୍ଦନ ସାହୁ, ରଶ୍ମିରଞ୍ଜନ ସ୍ୱାଇଁ, ଦିଲ୍ଲିପ ମହାନ୍ତି, ନିର୍ମଳ ମହାନ୍ତି, ମାନସ ତ୍ରିପାଠୀ, ଲକ୍ଷ୍ମୀକାନ୍ତ ନାୟକ, ବିରେନ ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.