Tuesday , December 6 2022
Home / ଶିକ୍ଷା / କେନ୍ଦ୍ରାପଡା କଲେଜ ସମାଜ ବିଜ୍ଞାନ ବିଭାଗର ସ୍ୱାଗତ ଉତ୍ସବ

କେନ୍ଦ୍ରାପଡା କଲେଜ ସମାଜ ବିଜ୍ଞାନ ବିଭାଗର ସ୍ୱାଗତ ଉତ୍ସବ

କେନ୍ଦ୍ରାପଡ଼ା, ୧୨/୧୨/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମାଜ ବିଜ୍ଞାନ ଏବଂ ଶିଳ୍ପ ସମାଜ ବିଜ୍ଞାନ ବିଭାଗର +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଏକ ମିଳତ ସ୍ୱାଗତ ଉତ୍ସବ ସମାଜ ବିଜ୍ଞାନ ବିଭାଗରେ ଅନୁଷ୍ଠିତ ହୋଇଯାଇଛି । ସମାଜ ବିଜ୍ଞାନ ବିଭାଗ ମୁଖ୍ୟ ଡଃ. ସୁଷମା ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ ବିଜ୍ଞାନ ଏବଂ ଶିଳ୍ପ ସମାଜ ବିଜ୍ଞାନ ବିଭାଗର +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ କଲେଜକୁ ସ୍ୱାଗତ କରିବା ସହ ଶୃଙ୍ଖଳାରକ୍ଷା ଓ ପାଠପଢାରେ ମନୋନିବେଶ କରି କଲେଜର ଗୌରବ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜ ବିଜ୍ଞାନ ବିଭାଗ ଅଧ୍ୟାପିକା ମଧୁସ୍ମିତା ସିଂ, ଅନ୍ୱେଶା ମହାଭୋଇ, ମୀନତି କାଣ୍ଡି, ଶିଳ୍ପ ସମାଜ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପିକା ସାଇନାଜ ଖାତୁନଙ୍କ ସମେତ ଉଭୟ ବିଭାଗର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.