କଟକ ସଦର, ୧୧/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ଜିଲ୍ଲାର ସର୍ବପ୍ରାଚୀନ ତଥା ଦେଶ ସ୍ୱ।ଧିନତା ପ୍ରାପ୍ତିର ମାତ୍ର ଏକ ଵର୍ଷ ପରେ ୧୯୪୮ ମସିହାରେ ଓଡିଆ ଭାଷାକୋଷ ପ୍ରଣେତା ସ୍ୱର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନିଜ ଗାଁ ସିଦ୍ଧେଶ୍ୱରପୁରରେ ପ୍ରତିଷ୍ଠିତ ଦୀର୍ଘ ୭୩ ଵର୍ଷର ଗୋପାଳ ସ୍ମୃତି ଵିଦ୍ୟାପୀଠ ଆଜି ସରକାରଙ୍କ ଅଧିନରେ ପରିଚାଳିତ ୫-ଟି ରୂପାନ୍ତରିତ ଯୋଜନାରେ ସ୍ଥାନ ପାଇପାରି ନଥିଵାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।ଏହି ସ୍କୁଲ ପ୍ରତିଷ୍ଠାର ସାତ ପଛରେ ଅନ୍ୟାନ୍ୟ ସ୍କୁଲ ସଵୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ କାର୍ଯ୍ୟ ସାରିଥିବା ବେଳେ ଏହି ବିଦ୍ୟାଳୟଟି କେଉଁ ମାନଦଣ୍ଡରେ ବାଦ୍ ପଡିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହି ସ୍କୁଲର ଛାତ୍ର ଭାଵେ ଵହୁ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ରହିଥିଲା ଵେଳେ ସେମାନଙ୍କ ମଧ୍ୟରୁ ବିଶିଷ୍ଟ ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟ,ପୂର୍ଵତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ମନମୋହନ ପ୍ରହରାଜ, ବିଶିଷ୍ଟ ସିନେ ତାରକା ତଥା ସମାଜସେବୀ ଅରୁଣ ନନ୍ଦଙ୍କ ସମେତ ଅନେକ କୃତି ସନ୍ତାନ ଥିଵା ଜଣାପଡିଛି।ହେଲେ ସଵୁଥାଇ ଦୀପତଳ ଅନ୍ଧାର ଭଳି ଏହି ସ୍ୱନାମଧନ୍ୟ ବିଦ୍ୟାଳୟକୁ ଅଣଦେଖା କରାଯିଵା ଵାସ୍ତଵରେ ଅଞ୍ଚଳର ସଵୁ ମହଲରେ ପରିତାପର ବିଷୟ ହୋଇଛି।କଟକ ଜିଲ୍ଲା ପ୍ରଶାସନ ଓ କଟକ ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରା ଲୋକମାନଙ୍କ ଭାଵାଵେଗକୁ ତୁରନ୍ତ ଉପଲବ୍ଧି କରି ଏହି ସ୍କୁଲକୁ ରୂପାନ୍ତରିତ ଯୋଜନାରେ ଅନ୍ତର୍ଭୁକ୍ତ କରିଵାକୁ ବୁଦ୍ଧିଜୀବିମାନେ ଦାବି କରିଛନ୍ତି। ଓଡ଼ିଶା ସମାଚାର
