Tuesday , August 16 2022
Breaking News
Home / ଶିକ୍ଷା / ସ୍ୱୟଂ ଶାସନର ନବୀକରଣ ପାଇଁ କେନ୍ଦ୍ରାପଡା କଲେଜ ପୁରାତନ ଛାତ୍ର ସଂସଦର ଆଲୋଚନା

ସ୍ୱୟଂ ଶାସନର ନବୀକରଣ ପାଇଁ କେନ୍ଦ୍ରାପଡା କଲେଜ ପୁରାତନ ଛାତ୍ର ସଂସଦର ଆଲୋଚନା

କେନ୍ଦ୍ରାପଡା, ୧୧/୧୨/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ୱୟଂ ଶାସନର ନବୀକରଣ ପାଇଁ ଆଗାମୀ ୧୭ ଓ ୧୮ ତାରିଖରେ କଲେଜ ପରିଦର୍ଶନ ପାଇଁ ଆସୁଥିବା ୟୁଜିସି ପ୍ରତିନିଧି ମଣ୍ଡଳୀଙ୍କୁ ସ୍ୱାଗତ କରିବା ପାଇଁ ଆଜି ପୁରାତନ ଛାତ୍ର ସଂସଦର ଏକ ପ୍ରସ୍ତୁତି ବୈଠକ ସଂସଦର ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ୟୁଜିସି ପ୍ରତିନିଧି ମଣ୍ଡଳୀର ଗ୍ରସ୍ତ କାର୍ଯ୍ୟକ୍ରମ ତଥା କାର୍ଯ୍ୟସୂଚୀ ସମ୍ପର୍କରେ ଅବଗତ କରାଇଥିଲେ । ଆଗାମୀ ୧୭ ତାରିଖରେ ଆଗନ୍ତୁକ ପ୍ରତିନିଧି ମଣ୍ଡଳୀକୁ ପୁରାତନ ଛାତ୍ରଛାତ୍ରୀମାନେ ଭେଟିବାର କାର୍ଯ୍ୟକ୍ରମ ଥିବାରୁ ସେଦିନ ଅନୁରୂପ କାର୍ଯ୍ୟ ସମ୍ପାଦନ ପାଇଁ ବିଶିଷ୍ଟ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି । ଏଥି ସହିତ ଭବିଷ୍ୟତରେ ନାକ୍ ପରିଦର୍ଶନ ପୂର୍ବରୁ ସଂସଦର କାର୍ଯ୍ୟକ୍ରମକୁ ତ୍ୱରାନିତ୍ୱ କରିବାକୁ ମଧ୍ୟ ବୈଠକରେ ନିଷ୍ପତିି ଗ୍ରହଣ କରାଯାଇଛି । ଏହା ସହିତ କଲେଜ ପରିସରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ସମୟରେ ଅଣଶୈକ୍ଷିକ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯାଉଥିବାରୁ ତାହା କଲେଜର ଶୈକ୍ଷିକ ପରିବେଶରେ   କ୍ଷତି ପହଂଚାାଉଥିବାରୁ ଭବିଷ୍ୟତରେ କଲେଜର ଶୈକ୍ଷିକ କାର୍ଯ୍ୟକ୍ରମ ଓ ପରିସରକୁ ଅକ୍ଷୁର୍ଣ୍ଣ ରଖିବାପାଇଁ ସଭା ପକ୍ଷରୁ  ପ୍ରଶାସନକୁ ଅନୁରୋଧ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ. ସେକ ସମସୁର, ଆଇନଜିବୀ ସରୋଜକାନ୍ତ ସିଂ, ଅଧ୍ୟାପିକା ଜ୍ୟୋତି ମହାପାତ୍ର, ଦୁର୍ଯୋଧନ ପରିଡା, ତପନ କୁମାର ପତି ପ୍ରମୁଖ ଯୋଗ ଦେଇଥିଲେ । ସଂସଦର ଯୁଗ୍ମ ସମ୍ପାଦକ ଡ. ଅମିୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଲେଜ ଟପ୍ପର ବିଭୁ ପ୍ରସାଦଙ୍କ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନ ବିଭାଗର ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ର …

Leave a Reply

Your email address will not be published.