Wednesday , January 19 2022
Breaking News
Home / ବିଶେଷ / ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ନେଇ ପ୍ରତିଯୋଗିତା ଆୟୋଜିତ

ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ନେଇ ପ୍ରତିଯୋଗିତା ଆୟୋଜିତ

ମାର୍ଶାଘାଇ,୧୧/୧୨/୨୦୨୧ (ଓଡ଼ିଶା ସମାଚାର)-ଆଜି ମାର୍ଶାଘାଇ ବ୍ଳକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମପଞ୍ଚାୟତର ପୋତାରି ଫ୍ରେଣ୍ଡସ ୟୁଥ୍ କ୍ଳବ୍ ଆନୁକୁଲ୍ୟରେ ପଞ୍ଚାୟତର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନଙ୍କୁ ନେଇ ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ନେଇ ଏକ ପ୍ରତିଯୋଗିତା ମୂଳକ କାର୍ୟ୍ୟକ୍ରମ ” ବିବିଧ ” ପୋତାରୀ ପାଇକା ମହୋତ୍ସବ ପଡ଼ିଆରେ ଅନୁଷ୍ଟିତି ହୋଇଯାଇଅଛି । ଏଥିରେ ଆଳତି, ଗାୟତ୍ରୀ ମନ୍ତ୍ର, ମହାମୃତ୍ୟୁଞ୍ଜୟ ମନ୍ତ୍ର, ହୁଳହୁଳି ଶଙ୍ଖ ଫୂଙ୍କା, ଝୋଟି, ମ୍ୟୁଜିକ୍ ଚେୟାର୍,ସାଧାରଣ ଜ୍ଞାନ, ରଖାଯାଇଛି । ଆଜି ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜଗତସିଂହ ପୁର ଜିଲ୍ଲାର ଅବସରପ୍ରାପ୍ତ ତିର୍ତ୍ତୋଲ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀମତୀ ସୁଷମା ମଲ୍ଲିକ, ଓ ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ମୂରବୀ ତଥା ସମାଜସେବୀ ଶ୍ରୀଯୁକ୍ତ ଗଙ୍ଗାଧର ପରିଡ଼ା, କେନ୍ଦ୍ରାପଡା ଜିଲ୍ଲା ବିଜୁ କୃଷକ୍ ଜନତାଦଳର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଟିଭି କଳାକାର ଓ ନାଟ୍ୟକାର ଶ୍ରୀଯୁକ୍ତ ମଳୟ ରାଉତ୍, ସରପଞ୍ଚ ପ୍ରଦୀପ କୁମାର ନାୟକ, ମାର୍ଶାଘାଇ ବ୍ଳକ ମିଶନ ଶକ୍ତି ର ସଭାନେତ୍ରୀ ଶ୍ରୀମତୀ ଶର୍ମିଷ୍ଠା ନାୟକ, ସମ୍ପାଦିକା ଶ୍ରୀମତୀ ଭାରତୀ ଦଳାଇ, ପୂର୍ବତନ ସରପଂଚ ଦୁର୍ୟ୍ୟୋଧନ ଦାସ,ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ୟ୍ୟକ୍ରମକୁ ସଭାପତିତ୍ବ କରିଥିଲେ ପ୍ରତାପ କୁମାର ମଲ୍ଲିକ, ପରିଚାଳନା ଓ ଉପସ୍ଥାପନା କରିଥିଲେ ସର୍ବେଶ୍ଵର ଦାସ, । ଓଡ଼ିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *