Tuesday , May 30 2023
Breaking News
Home / ତାଜା ଖବର / ଷ୍ପଷ୍ଟ ଦିବାଲୋକରେ ଗୁଳିମାଡ କରି ଗ୍ୟାରେଜ ମେକାନିକ କୁ ହତ୍ୟା କଲେ ଦୁର୍ବୃତ

ଷ୍ପଷ୍ଟ ଦିବାଲୋକରେ ଗୁଳିମାଡ କରି ଗ୍ୟାରେଜ ମେକାନିକ କୁ ହତ୍ୟା କଲେ ଦୁର୍ବୃତ

ବାଲେଶ୍ବର, ୧୧/୧୨/୨୦୨୧(ଓଡ଼ିଶା ସମାଚାର)- ନୀଳଗିରି ମିତ୍ରପୁର ଅଞ୍ଚଳରେ ଗୁଳିମାଡ ରେ ଜଣେ ଗ୍ୟାରେଜ ମେକାନିକ ଙ୍କର ମୃତ୍ୟୁ ହୋଇଛି । ମୃତ ମେକାନିକ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ବେହେରା ଓରଫ । ଦୀପୁ ଟଙ୍କା ଧାର ନେବାକୁ ନେଇ ଗୁଳି ଫୁଟିଲା ବୋଲି ଆଲୋଚନା ହେଉଛି ।
ମିଳିଥିବା ସୂଚନା ଅନୁସାରେ ରେମୁଣା ଅଞ୍ଚଳର ସୁକାନ୍ତ ବେହେରାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ବେହେରା ଓରଫ ଦୀପୁ ନୀଳଗିରି ମିତ୍ରପୁର ଅଞ୍ଚଳରେ ଗ୍ୟାରେଜ କାମ କରୁଥିଲେ । ଗୁଳିମାଡ ରେ ତାଙ୍କର ମୃତ୍ୟୁ ହୋଇଛି । ସେ ଗ୍ୟାରେଜରେ କାମ କରୁଥିବା ସମୟରେ କିଛି ଯୁବକ ଆସି ଗୁଳି ମାରି ତାଙ୍କୁ ହତ୍ୟା କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.