Wednesday , January 26 2022
Breaking News
Home / ବିଶେଷ / ଶିବାନନ୍ଦ ଆଶ୍ରମରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଶିବାନନ୍ଦ ଆଶ୍ରମରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କେନ୍ଦ୍ରାପଡ଼ା,୧୧/୧୨/୨୦୨୧(ଓଡ଼ିଶା ସମାଚାର)-ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଆୟୋଜିତ ଏହି ଚକ୍ଷୁ ଚିକିତ୍ସା ଶିବିରକୁ ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଆଶ୍ରମର ମୁଖ୍ୟ ମା’ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଶିବିରରେ ଶତାଧିକ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ବିଜେଡି କୃଷକ ସଭାପତି ସୌମେନ୍ଦ୍ର କୁମାର ଦାସ, ନିରଞ୍ଜନ ପଟ୍ଟନାୟକ, ବାବା ନୃସିଂହ ଦାସ, ଶିକ୍ଷୟତ୍ରୀ ରୁଦ୍ରାଣୀ ମହାନ୍ତି, ନିରଞ୍ଜନ ସାହୁ, ସରୋଜକାନ୍ତ ସାହୁ, ଦେବେନ୍ଦ୍ର ସାମନ୍ତ, ନିରଞ୍ଜନ ମେକାପ, ମୃତୁ୍ୟଞ୍ଜୟ ମହାନ୍ତି, ଶ୍ରୀଧର ମହାନ୍ତି, ଶ୍ରୀଧର ରାଉତ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସମାଜସେବୀ ବାସୁଦେବ ତ୍ରିପାଠୀ ରୋଗୀମାନଙ୍କୁ ଫଳ, ବିସ୍କୁଟ ପ୍ରଭୃତି ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *