ରଘୁନାଥପୁର, ୧୧/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ର ୧୯ ଗୋଟି ପଂଚାୟତରେ ଆସନ୍ତା ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ହିତାଧିକାରୀ ମାନଙ୍କୁ କାର୍ଡ଼ ବଂଟନ କରାଯିବ । ଏଥିପାଇଁ ଏକ ବୈଠକ ବ୍ଲକ୍ ସଭା କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ବିଡ଼ିଓ ଜିତେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ତହସିଲଦାର ରୂପାଲିକା ଦାସ,ରଘୁଥାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼କ୍ଟର ସୁକାନ୍ତ କୁମାର ଦଳେଇ, ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏମଆଇ ବାବୁଲାଲ ବାରିକ ଉପସ୍ଥିତ ଥିବା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶିକ୍ଷକ ଓ ଅନ୍ୟ କର୍ମଚାରୀ ମାନଙ୍କୁ ଏ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ସମୁଦାୟ ୧୭ ହଜାର ୧୮୯ ଟି କାର୍ଡ଼ ବଂଟନ ହେବାକୁ ଥିବାବେଳେ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଏଏନଏମ,ପଂଚାୟତ ସ୍ତରରେ ଏହାର ଦାୟିତ୍ୱ ନିର୍ବାହ କରିବେ । କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ପଂଚାୟତ ନୋଡ଼ାଲ ଅଫିସର ରହିବେ । କାର୍ଡ଼ ନେବା ପାଇଁ ପରିବାରର ମୁଖ୍ୟମାନେ ନିଜର ଆଧାର କାର୍ଡ଼, ବ୍ୟାଙ୍କ ପାସ ବୁକ୍ ଓ ରାସନ କାର୍ଡ଼ ର ଜେରକ୍ସ ଆଣିବା ବାଧ୍ୟତା ମୂଳକ ଅଟେ । ଏହାଛଡ଼ା ନିଜର ଫୋନ ନମ୍ବର ଦେବା ଜରୁରୀ ବୋଲି ଶ୍ରୀଯୁକ୍ତ ବାରିକ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର