Saturday , August 13 2022
Breaking News
Home / ବିଶେଷ / ମାହାଙ୍ଗା ବ୍ଲକ ଗୋତରାରେ ମିଶନଶକ୍ତି ପକ୍ଷରୁ ସମୀକ୍ଷା ବୈଠକ

ମାହାଙ୍ଗା ବ୍ଲକ ଗୋତରାରେ ମିଶନଶକ୍ତି ପକ୍ଷରୁ ସମୀକ୍ଷା ବୈଠକ

ମାହାଙ୍ଗା, ୧୧/୧୨/୨୦୨୧ (ଓଡିଶା ସମାଚାର/ ଅଭୟ ଜେନା )- ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋତରା ପଂଚାୟତ ଖସା ପଡ଼ିଆଠାରେ ଶନିବାର ଅପରାହ୍ନରେ ମିଶନ ଶକ୍ତି ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ସ୍ଥାନୀୟ ସିଡିପିଓ ପ୍ରମୋଦିନି ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ଆଇନି, ପାନୀୟ ଜଳ ଯୋଗାଣ, ପଂଚାୟତ ରାଜ ଓ ନଗରଉନ୍ନୟନ ଏବଂ ଗୃହ ନିର୍ମାଣ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ନବୀନ ବାବୁଙ୍କ ସରକାର ସବୁବେଳେ ଗୁରୁତ୍ବଦେଇଆସିଥିବା ସହ ସେମାନଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ ଯୋଜନା କରିଛନ୍ତି ବୋଲି କହିଥିଲେ । ଏହି ଯୋଜନା ମା’ ଓ ଭଉଣୀ ମାନକୁ ସ୍ୱାବଲମ୍ବୀ କରିପାରିଛି ବୋଲି ମନ୍ତ୍ରୀ କହିଥିଲେ ।
ଏହି କାର୍ୟ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ଶରତ ନାୟକ, ପୂର୍ବତନ ଚେୟାରମ୍ୟାନ ରାଜକିଶୋର ଜେନା,ବିଡ଼ିଓ ନିହାର ରଞ୍ଜନ ମଲିକ,ଜିଲ୍ଲାପରିଷଦ ସଭ୍ୟା ଅନପୂର୍ଣା ପାଣି,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରତ୍ନାକର ସାହୁ ,ସାମାଜିକ କର୍ମୀ ଶଶୀଭୂଷଣ ଷଡ଼ଙ୍ଗୀ, ପଂଚାୟତ ମହିଳା ଫେଡରେସନ ସଭାପତି ଶୁଭଲଷ୍ମୀ ବଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମିଶନ ଶକ୍ତି ଦ୍ଵାରା ମହିଳା ମାନେ କିପରି ଉପକୃତ ହେଉଛନ୍ତି ସେନେଇ ଆଲୋଚନା କରିଥିଲେ ।
ଏହି କାର୍ୟ୍ୟକ୍ରମକୁ ପ୍ରଦୀପ୍ତ ବିଶ୍ୱାଳ, ସଚ୍ଚିଦାନନ୍ଦ ସାହୁ, କିଶୋର ନାୟକ, ପ୍ରକାଶ ବେହେରା, ପୂର୍ବତନ ସମିତିସଭ୍ୟ ତାପସ ପ୍ରଧାନ,ପ୍ରକାଶ ବେହେରା ପ୍ରମୁଖ ପରିଚାଳନାକରିଥିଲେ । ଗୋତରା ପଞ୍ଚାୟତରେ କାର୍ୟ୍ୟ କରୁଥିବା ୭୨ ଟି ସ୍ୱୟଂ ସହାୟକ ଗୋଷ୍ଠୀର ଏକ ହାଜର ପାଖାପାଖି ମହିଳା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.