Tuesday , August 9 2022
Breaking News
Home / ବିଶେଷ / ବିଶ୍ୱ ମାନବାଧିକାର ଦିବସରେ ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି

ବିଶ୍ୱ ମାନବାଧିକାର ଦିବସରେ ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି

କଟକ, ୧୧/୧୨/୨୦୨୧ (ଓଡ଼ିଶା ସମାଚାର)- କଟକ ସଦର ୪୨ମୌଜା ଏରଞ୍ଚ ସ୍ଥିତ ଗୋପବନ୍ଧୁ ପ୍ରୌଢ ନିବାସ ଠାରେ ଆନ୍ତରାଷ୍ଟ୍ରୀୟ ମାନବାଧିକାର ଆସୋସିଏସନ୍ ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇ ଉଲେଖନୀୟ କୃତିତ୍ୱ ନେଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ଦକ୍ଷ ସଂଗଠକ ତଥା କର୍ମଯୋଗୀ ନାରାୟଣ ଚନ୍ଦ୍ର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ରାଜ୍ୟ ସଭାପତି ଯୁବ ସମାଜସେବୀ ଇଂ.ପ୍ରଦୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିଵା ଏହି କାର୍ୟ୍ୟକର୍ମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜଜ ଯତୀନ୍ଦ୍ର କୁମାର ବେହେରା ଯୋଗଦେଇଥିଲା ବେଳେ  ମଧୁସୂଦନ ପତି,ନାରାୟଣ ମହାନ୍ତି, ମିନତି ପଣ୍ଡା, ରବିନାରାୟଣ ସିଂ,ହୃଷୀକେଶ ରଥ ପ୍ରମୁଖ ଉପସ୍ଥିତ ଥିଲେ । କାର୍ୟ୍ୟକ୍ରମକୁ ସମାଜସେବୀ ବୁଲେଇ ବେହେରା,ଧୀରେନ୍ଦ୍ର ବେହେରା, ପ୍ରିତିରଞ୍ଜନ କାଠୁଆ,ପ୍ରସନ୍ନ ବେହେରା,ଅସିଶ ବେହେରା,ଶଙ୍କର ବେହେରା,ତରୁଣ ବେହେରା ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.