Friday , September 29 2023
Breaking News
Home / ବିଶେଷ / ବିପନ୍ନ ଙ୍କୁ ବୈଜୟନ୍ତ ଙ୍କ ସହାୟତା 

ବିପନ୍ନ ଙ୍କୁ ବୈଜୟନ୍ତ ଙ୍କ ସହାୟତା 

ଗରଦପୁର, ୧୧/୧୨/୨୦୨୧(ଓଡ଼ିଶା ସମାଚାର)- ବାତ୍ୟା ଜୱାଦ ପ୍ରଭାବରେ ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତ କିଣିଲୋ ଗ୍ରାମର ଦିଲିପ ବାରିକଙ୍କର ଚାଳ ଛପର ଘର ଅତୃଧିକ ବର୍ଷା ମାଡ଼ରେ ଘର ଭୁଷୁଡ଼ି ପଡ଼ିଥିଲା । ଖବର ପାଇ ବିଜେପି ଦଳର ରାଷ୍ଟ୍ରିୟ ଉପସଭାପତି ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସାହଯ୍ୟର ହାତ ବଢ଼ାଇଛନ୍ତି । ତାଙ୍କ କର୍ମୀ ମାନଙ୍କ ଜରିଆରେ ବିପନ୍ନ ଦିଲିପ ବାରିକଙ୍କ ପରିବାରକୁ ଶୁଖିଲା ଖାଦ୍ୟ, ପଲିଥିନ୍ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।  ଅନ୍ୟମାନଙ୍କ ମଧ୍ୟରେ ବିଜେପି କର୍ମୀ ସର୍ବଶ୍ରୀ ଦେବପ୍ରକାଶ ପରିଡ଼ା, ଦେବରାଜ ଦାସ, କ୍ଷେତ୍ରବାସୀ ରାଉତ, ପବିତ୍ର ରାଉତ, ହରେକୃଷ୍ଣ ରାଉତ, ପ୍ରଭାକର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *