Saturday , November 26 2022
Breaking News
Home / ବିଶେଷ / ବାବୁଜଙ୍ଗ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

ବାବୁଜଙ୍ଗ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

ନିଶ୍ଚିନ୍ତକୋଇଲି,୧୧/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ବାବୁଜଙ୍ଗ ଗ୍ରାମପଞ୍ଚାୟତ ରେ ଯୁବ ସଂଗଠକ ଇଜାଜ୍ ଖାନ୍ ଙ୍କ ନେତୃତ୍ୱରେ ଏସ ସି ବି ରକ୍ତ ଭଣ୍ଡାର ଆନୁକୁଲ୍ୟ ରେ ଦୁଲୁପୁରସ୍ଥିତ ରୟାଲ୍ ଇଣ୍ଡଷ୍ଟ୍ରୀ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ୍ ୩୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଏହି ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ପୂର୍ବତନ ସରପଞ୍ଚ ସ୍ଵାଧୀନ ଭୂୟାଁ । ଯୁବ ନେତା ରିହାନ ଖାନ୍, ଯୁବ ନେତା ଦୁର୍ଗା ପ୍ରତାପ ଦାସ, ଡକ୍ଟର କୌସିକ୍ ମହାପାତ୍ର , ରାମଚନ୍ଦ୍ର ଖଟୁଆ ପ୍ରମୁଖ ଉପସ୍ଥିତ ଶିବିର ସଂଚାଳନ କରିଥିଲେ । ବିଶ୍ୱଜିତ୍ ସାହୁ, ସୁଲତାନ ଖାନ୍, ଶୁଭକାନ୍ତ ସ୍ୱାଇଁ, ସମୀର ମହାନ୍ତି, ସରୋଜ ସାହୁ, ଦୀପ୍ତି ରଞ୍ଜନ ପଣ୍ଡା, ମନୋଜ ରାଉତ, ମୋତିଉର୍ ରେହମାନ୍ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଶେଷରେ ସମସ୍ତ ରକ୍ତ ଦାତା ମାନଙ୍କୁ ଯୁବ ସଂଗଠକ ଇଜାଜ ଖାନ୍ ଧନ୍ୟବାଦ ଜ୍ଞାପନ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.