Wednesday , January 19 2022
Breaking News
Home / ବିଶେଷ / ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ  ର କେନ୍ଦ୍ରାପଡା ଜିଲ୍ଲା ଗସ୍ତ ରବିବାର

ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ  ର କେନ୍ଦ୍ରାପଡା ଜିଲ୍ଲା ଗସ୍ତ ରବିବାର

କେନ୍ଦ୍ରାପଡ଼ା, ୧୧/୧୨/୨୦୨୧(ଓଡ଼ିଶା ସମାଚାର)- ବାତ୍ୟା ଜୱାଦ ଜନିତ କ୍ଷୟକ୍ଷତିର ଆକଳନ କରିବାକୁ ଆସନ୍ତାକାଲି କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଏକ କେନ୍ଦ୍ରୀୟ ଟିମ ଆସୁଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିକେନ୍ଦ୍ରୀୟ ଟିମ କେନ୍ଦ୍ରାପଡାରେ ପହଂଚିବା ପରେ ରବିବାର ସାଢେ ୧୦ଟା ସମୟରେ ପଟ୍ଟାମୁଣ୍ଡାଇ ତହସିଲର ବିଭିନ୍ନ ଗ୍ରାମାଂଚଳକୁ ପ୍ରଥମେ ପରିଦର୍ଶନ କରିବା ପରେ ରାଜନଗର ତହସିଲ ଅଂଚଳର ବିଭିନ୍ନ ଗ୍ରାମ ପରିଦର୍ଶନ କରି କେନ୍ଦ୍ରାପଡା ସର୍କିଟ ହାଉସକୁ ଫେରିବେ ଓ ପରେ ମାର୍ଶାଘାଇ ଓ ଗରଦପୁର ତହସିଲ ଅଂଚଳର ବିଭିନ୍ନ ଗ୍ରାମ ପରିଦର୍ଶନରେ ଯାଇ କ୍ଷୟକ୍ଷତିର ଆକଳନ କରିବେ ଏବଂ ସାଢେ ୫ଟା ସମୟରେ ସର୍କିଟ ହାଉସକୁ ଫେରିଆସିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *