ରଘୁନାଥପୁର, ୧୧/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର କୃଷି କାର୍ଯ୍ୟାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହକାରୀ କୃଷି ଅଧିକାରିଣୀ ରାଜଲକ୍ଷ୍ମୀ ସାହୁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲା କୃଷି ଅଧିକାରୀ ଯୋଗଦେଇ ଆସନ୍ତା ରବି ଋତୁ ପାଇଁ କୃଷକମାନେ ନିଜ ଫସଲକୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଉପସ୍ଥିତ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ବିଭିନ୍ନ ପ୍ରାକୃତି ଦୈବ ଦୁର୍ବିପାକରୁ ଚାଷୀମାନେ ସେମାନଙ୍କ କ୍ଷତିଗ୍ରସ୍ତ ଫସଲର କ୍ଷତିପୁରଣ ସହଜରେ ପାଇ ପାରିବେ । ଏଥିରେ କୃଷି କିଭାଗର ଛାତ୍ରୀ ସମ୍ପର୍ଣ୍ଣା ମହାନ୍ତି, ମଧୁସ୍ମିତା ପ୍ରିୟଦର୍ଶିନୀ, ସାଶ୍ୱତୀ ସାମନ୍ତରାୟ ଯୋଗଦେଇ ଚାଷୀମାନଙ୍କୁ ଚାଷ ସମ୍ପର୍କରେ ବିଭିନ୍ନ ପରାମର୍ଶ ଦେଇଥିଲେ । ଏଚଡ଼ିଏଫସି ଆଗ୍ରୋର ବ୍ଲକ୍ ଏକଜିକ୍ୟୁଟିଭ ପ୍ରତାପ ଚନ୍ଦ୍ର ମହାନ୍ତି, ସୂର୍ଯ୍ୟକାନ୍ତ ବିଶ୍ୱାଳ,ଭିସିସି ବିଶ୍ୱଜିତ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କୃଷି କର୍ମଚାରୀ ଅମିୟ କୁମାର ପରିଜା ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ପଂଚାୟତରୁ ୬୦ ଜଣ ଚାଷୀ ଏଥିରେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର