Saturday , August 13 2022
Breaking News
Home / ବିଶେଷ / ପାରାଦୀପ ଅଦର୍ଶ ଥାନାର ପ୍ରଥମ ମହିଳା ଭାରପ୍ରାପ୍ତ ଅଧିକାରୀ ଭାବେ ଶୁଭଲକ୍ଷ୍ମୀ ପୂଜାରୀଙ୍କ ଦାୟିତ୍ୱ ଗ୍ରହଣ

ପାରାଦୀପ ଅଦର୍ଶ ଥାନାର ପ୍ରଥମ ମହିଳା ଭାରପ୍ରାପ୍ତ ଅଧିକାରୀ ଭାବେ ଶୁଭଲକ୍ଷ୍ମୀ ପୂଜାରୀଙ୍କ ଦାୟିତ୍ୱ ଗ୍ରହଣ

ପାରାଦୀପ,୧୧/୧୨/୨୦୨୧(ଓଡ଼ିଶା ସମାଚାର)- ବନ୍ଦର ଓ ଶିଳ୍ପ ସହର ପାରାଦୀପ ଏକ ସ୍ପର୍ଶକାତର ସହର । ଏଠାକାର ବିଭିନ୍ନ ଥାନା ମଧ୍ୟରେ ପାରାଦୀପ ଆଦର୍ଶ ଥାନା ଏକ ଗୁରୁତ୍ୱପୂର୍ଣ୍ଣ ଥାନା । ନିକଟରେ ଜଗତସିଂହପୁର ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ କଡାକଡି କରିବା ଉଦ୍ଧେଶ୍ୟରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ବଦଳି କରାଯାଇଛି । ଏହି ପରିପ୍ରେକ୍ଷୀରେ ପାରାଦୀପ ଆଦର୍ଶ ଥାନାରେ ପ୍ରଥମ ମହିଳା ପୋଲିସ ଭାରପ୍ରାପ୍ତ ଅଧିକାରୀ ଭାବେ ଶୁଭଲକ୍ଷ୍ମୀ ପୂଜାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିପୂର୍ବରୁ ଶୁଭଳକ୍ଷ୍ମୀ ପୁରୀର ତାଳବଣିଆ ଥାନାର ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ସୂଚନା ଥାଉକି, ଶୁଭଲକ୍ଷ୍ମୀ ପୂଜାରୀ ଜଣେ ଦକ୍ଷ ମହିଳା ପୋଲିସ ଅଧିକାରୀ ଭାବେ ବିଭିନ୍ନ ଥାନାରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ପାରାଦୀପରେ ଟ୍ରାଫିକ୍ ନିୟନ୍ତ୍ରଣ, ଅପରାଧ ନିୟନ୍ତ୍ରଣ, ନିଶା ବେପାର ନିୟନ୍ତ୍ରଣ ସହ ସହରରେ କଡାକଡି ପ୍ୟାଟ୍ରୋଲିଂ ଉପରେ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.