Wednesday , January 19 2022
Breaking News
Home / ବିଶେଷ / ନୂଆ ବସଷ୍ଟାଣ୍ଡର ସତ୍ୟନାରାୟଣ ଶାନ୍ତିପୀଠରୁ ଚୋରୀ ଅଭିଯୋଗ

ନୂଆ ବସଷ୍ଟାଣ୍ଡର ସତ୍ୟନାରାୟଣ ଶାନ୍ତିପୀଠରୁ ଚୋରୀ ଅଭିଯୋଗ

କେନ୍ଦ୍ରାପଡ଼ା, ୧୧/୧୨/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ନୂଆ ବସଷ୍ଟାଣ୍ଡ ନିକଟସ୍ଥିତ ବଣିଆମାଳର ଶ୍ରୀ ସତ୍ୟନାରାୟଣ ଶାନ୍ତିପୀଠ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରୀ ହୋଇଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ମନ୍ଦିରର ପୂଜକ ଭାଗ୍ୟଧର ତ୍ରିପାଠୀଙ୍କ ଅଭିଯୋଗ ଅନୁଯାଇ ଶୁକ୍ରବାର ସନ୍ଧ୍ୟାରେ ସେ ମନ୍ଦିରରୁ ପୂଜା ସାରି ମନ୍ଦିର କବାଟରେ ତାଲା ପକାଇ ଘରକୁ ଯାଇଥିଲେ । କିନ୍ତୁ ଶନିବାର ସକାଳେ ସେ ମନ୍ଦିରକୁ ପୂଜା କରିବାକୁ ଆସି ଦେଖନ୍ତିତ ମନ୍ଦିର କବାଟ ଖୋଲାଅଛି ଓ ତାଲା ନାହିଁ ।  ପୂଜକ ସ୍ଥାନୀୟ ଲୋକମାନଙ୍କୁ ଡାକି ମନ୍ଦିର ଭିତରକୁ ଯାଇ ଦେଖନ୍ତି ତ ମନ୍ଦିର ଭିତରେ ଠାକୁରଙ୍କ ରୂପା ମୁକୁଟ, ରୂପା ପାଦୁକା, ରୂପା ଚେନ, ସୁନା ଚିତା ଗହଣା, ବାସନକୁସନ ଓ ହୁଣ୍ଡି ସହିତ ପ୍ରାୟ ୧୫ହଜାର ଟଙ୍କା ପ୍ରଭୃତି ନାହିଁ । କେହି ଦୁର୍ବୁ ଗତକାଲି ବିଳମ୍ବିତ ରାତିରେ ଏସବୁ ଚୋରୀ କରିନେଇଥିବା ପୂଜକ ଅଭିଯୋଗ କରିଛନ୍ତି । ଥାନାରେ ଅଭିଯୋଗ ପରେ ଟାଉନ ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ଓ ସବଇନସପେକ୍ଟର ସୈାମ୍ୟରଞ୍ଜନ ଜାଲି ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରିଥିବା ଜଣାପଡିଛି । ଓଡ଼ିଶା ସମାଚାର

 

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *