Thursday , August 18 2022
Breaking News
Home / ତାଜା ଖବର / ଦୁର୍ଦ୍ଦାନ୍ତ ତଥା ଶିକ୍ଷିତା ମହିଳା ମାଓବାଦୀ କମଲେଶ୍ୱରୀ ମରେଇ ଙ୍କ ଆତ୍ମସମର୍ପଣ

ଦୁର୍ଦ୍ଦାନ୍ତ ତଥା ଶିକ୍ଷିତା ମହିଳା ମାଓବାଦୀ କମଲେଶ୍ୱରୀ ମରେଇ ଙ୍କ ଆତ୍ମସମର୍ପଣ

ନବରଙ୍ଗପୁର, ୧୧/୧୨/୨୦୨୧(ଓଡ଼ିଶା ସମାଚାର)- ଛତିଶଗଡ଼ ମେନପୁର ଡିଭିଜନର ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ କମଲେଶ୍ୱରୀ ମରେଇ ଓରଫ ଅମିଲା ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତଙ୍କ ଉପସ୍ଥିତିରେ ନବରଙ୍ଗପୁର ଜିଲ୍ଲା ଏସପି ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ର କୋଣ୍ଡଗାଁ ଜିଲ୍ଲାର ହନମୁଣ୍ଡି ଗ୍ରାମର ମାନସୟା ମରେଇଙ୍କ ଝିଅ କମଲେଶ୍ୱରୀ ୨୦୧୯ରେ ସିପିଆଇ(ମାଓବାଦୀ) ସଂଗଠନରେ ଯୋଗ ଦେଇଥିଲେ। ସେ ମାଓବାଦୀ ସଂଗଠନରେ ଜଣେ ଶିକ୍ଷିତା ସଦସ୍ୟା ଥିଲେ, ଯିଏକି ମାଓବାଦୀମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ସେ ମେନପୁର ଡିଭିଜନର ଏଲଜିଏସ୍ ସଦସ୍ୟ ଥିଲେ ବୋଲି ସୂଚନା ମିଳିଛି।ତେବେ ମାଓବାଦୀଙ୍କ କାର୍ଯ୍ୟଧାରାରେ ଅସନ୍ତାଷ ପ୍ରକାଶ କରି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୨ ଟି ଗେଟ ଖୋଲିଲା । ମୋଟ ୩୦ ଟି ଗେଟ୍ …

Leave a Reply

Your email address will not be published.