Saturday , April 1 2023
Breaking News
Home / ତାଜା ଖବର / ଘରୋଇ କଳହକୁ ନେଇ ଏସିଡ଼ ମାଡ଼ : ନିଜ ସାନ ଭାଇ ସମେତ ୪ଜଣ ଗୁରୁତର

ଘରୋଇ କଳହକୁ ନେଇ ଏସିଡ଼ ମାଡ଼ : ନିଜ ସାନ ଭାଇ ସମେତ ୪ଜଣ ଗୁରୁତର

ବରଗଡ଼ ୧୧/୧୨/୨୦୨୧(ଓଡ଼ିଶା ସମାଚାର)- ଘରୋଇ କଳହକୁ ନେଇ ଏସିଡ଼ ମାଡ଼ରେ ନିଜ ସାନ ଭାଇ ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତି । ବରଗଡ଼ ସହରର ନୂଆପଡ଼ାରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ପ୍ରଥମେ ବରଗଡ଼ ହସପିଟାଲରେ ଭର୍ତି କରାଯାଇଥିଲା । ପରେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି ।
ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ, ବରଗଡ ନୂଆପଡା ୱାର୍ଡ ନଂ ୧୧ର ବଡ଼ ଭାଇ ପବନ ସୋନି ଓ ସାନ ଭାଇ ମନୋଜ ସୋନି ଙ୍କ ମଧ୍ୟରେ ପୂର୍ବରୁ ଘରୋଇ କଳହ ଲାଗି ରହିଥିଲା। ଆଜି ହଠାତ୍ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ଝଗଡ଼ାରେ ବଡ଼ ଭାଇ ପବନ ସୋନି ରାଗିଯାଇ ସାନ ଭାଇ ମନୋଜ ସୋନିଙ୍କ ଉପରକୁ ଏସିଡ ମାଡ଼ କରିଥିଲେ । ଉଭୟଙ୍କ ଝଗଡା ଦେଖି ପଡୋଶୀ ଘରୁ ତିନି ଜଣ ଲୋକ ସମାଧାନ କରିବାକୁ ଦୌଡି ଆସିଥିଲେ । ହେଲେ ସେମାନଙ୍କ ଉପରକୁ ଏସିଡ ମାଡ଼ ହୋଇଥିଲା । ଏସିଡ ମାଡ଼ ରେ ସେମାନେ ବି ଗୁରୁତର ଆହତ ହୋଇଥିଲେ । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବରଗଡ ଟାଉନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତଙ୍କ ଅବସ୍ଥା ଏବେ ଗୁରୁତର ରହିଛି । କେଉଁ କାରଣକୁ ନେଇ ଝଗଡ଼ା ହୋଇଥିଲା ଏବଂ ଏସିଡ଼ ମାଡ଼ ଘଟିଛି ତାହାର ତଦନ୍ତ ଚାଲିଛି । ଏସିଡ ମାଡ଼ ରେ ଗୁରୁତର ଆହତ ମାନଙ୍କ ଅବସ୍ଥା ଭଲନଥିବା ଜଣାପଡ଼ିଛି । କାରଣ କାହାର ମୁହଁରେ ଏସିଡ଼ ପଡ଼ିଛି ତ କାହାର ଆଖିରେ ଏସିଡ଼୍ ପଡ଼ିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.