Thursday , June 30 2022
Breaking News
Home / ବିଶେଷ / ଗରଦପୁର ବ୍ଲକ୍ ଅଂଚଳରେ କୁରାଳ ପଂଚମୀ

ଗରଦପୁର ବ୍ଲକ୍ ଅଂଚଳରେ କୁରାଳ ପଂଚମୀ

ଗରଦପୁର,୧୧/୧୨/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅଂଚଳରେ କୁମ୍ଭକାରମାନଙ୍କ କୁରାଳ ପଂଚମୀ ଉତ୍ସବ ଗତ ବୁଧବାର ଦିନ ଠାରୁ ଅନୁଷ୍ଠିତ ହେଉଛି । ଏହି ବ୍ଲକ୍ ଅନ୍ତର୍ଗତ ପଦ୍ମପୁର  ପଂଚାୟତର ପଦ୍ମପୁର ଗ୍ରାମରେ  କୁମ୍ଭକାରମାନଙ୍କ କୁରାଳ ପଂଚମୀ ଉତ୍ସବ ଅନୁଷ୍ଠିତ ହେଉଛି । କୁମ୍ଭକାରମାନେ ଯେଉଁ ଚକ୍ରରେ ମାଟି ପାତ୍ର ଗଢନ୍ତି ତାହାକୁ କୁରାଳ ଚକ୍ର ବା କଥିତ ଭାଷାରେ କୁମ୍ଭାରଚକ କୁହାଯାଇଥାଏ । କଥିତ ଅଛି ଏହାକୁ ଭଗବାନ ବିଷ୍ଣୁ ପ୍ରଦାନ କରିଥିବାରୁ କୁମ୍ଭକାରମାନେ ଏହି ଚକକୁ ବିଷ୍ଣୁ କୁରାଳ ଚକ୍ର ରୂପେ ପୂଜା କରନ୍ତି । ଏହି ପର୍ବ ୫ ଦିନ ବ୍ୟାପି ପାଳନ କରାଯିବାର ଅୟୋଜକମାନେ ପ୍ରକାଶ କରିଛନ୍ତି । ଏହି ଅବସରରେ ଗ୍ରାମର ମଧ୍ୟଭାଗରେ କରାଯାଇଥିବା ପୂଜା ମଣ୍ଡପରେ ଶ୍ରୀଲକ୍ଷ୍ମୀନାରାୟଣଙ୍କ ମୃଣ୍ମୟ ମୂର୍ତୀ ନିର୍ମାଣ କରାଯାଇ ପାରମ୍ପାରିକ ଭାବରେ ହୋମ,ଯଜ୍ଞ ଆଦି ପୂଜାର୍ଚ୍ଚନା କରାଯାଉଛି । ପ୍ରତିଦିନ ସନ୍ଧ୍ୟାରେ ପୂଜାମଣ୍ଡପ ନିକଟରେ ଭଜନ,କିର୍ତନ ଅନୁଷ୍ଠିତ ହେଉ ଥିବାବେଳେ, ଏହି ଗ୍ରାମରେ ଥିବା ୧୬ଗୋଟି କୁମ୍ଭକାର ପରିବାର ଏହି ପର୍ବକୁ ନିଷ୍ଠାର ସହିତ ପାଳନ କରୁଛନ୍ତି । ପତ୍ୟେକଙ୍କ ଘରେ ହବିଷ୍ୟାନ୍ନ ଭକ୍ଷଣ କରାଯାଉଥିବାବେଳେ , ଘର ଆଗରେ ଶୁଭ କଳସୀ ସ୍ଥାପନା କରାଯାଇଛି । ରବିବାର ଦିନ ଭଷାଣ ଉତ୍ସବ କରାଯିବାର କାର୍ଯ୍ୟକ୍ରମ ରହିଛି । ଗ୍ରାମର ଧିରେନ୍ କୁମାର ବେହେରା,ସୁଧିର କୁମାର ବେହେରା,ଶାରଦା ପ୍ରସାଦ ବେହେରା,ପ୍ରମୋଦ କୁମାର ବେହେରା  ଓ ବଳରାମ ବେହେରା ପ୍ରମୁଖଙ୍କ ସହଯୋଗରେ ପୂଜା ଉତ୍ସବ ଅନୁଷ୍ଟିତ ହେଉଛି । ସେହିପରି ଏହି ବ୍ଲକ୍ ଅନ୍ତର୍ଗତ କୋରୁଆ, ତିକନପୁର, ତଳକୁସୁମା, ବନ୍ତଳା,ବଡ଼ ନୟନପୁର, ନରଡ଼ା, ବଡ଼ ବେତ୍ରା, ସାନବେତ୍ରା ର କୁମ୍ଭାର ସାହି ବସ୍ତି ରେ ମଧ୍ୟ ଆନନ୍ଦ ଉଲାସରେ କୁରାଳ ପଂଚମୀ ପାଳିତ ହୋଇ ଦଶମୀ ତିଥିରେ ଅର୍ଥାତ୍ ସୋମବାର ଦିନ ଉଦଯାପିତ ହେବ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *