Tuesday , December 6 2022
Home / କୃଷି / କେନ୍ଦ୍ରାପଡାରେ ସଂଯୁକ୍ତ କୃଷକ ଆନ୍ଦୋଳନର ବିଜୟ ଉତ୍ସବ ପାଳିତ

କେନ୍ଦ୍ରାପଡାରେ ସଂଯୁକ୍ତ କୃଷକ ଆନ୍ଦୋଳନର ବିଜୟ ଉତ୍ସବ ପାଳିତ

କେନ୍ଦ୍ରାପଡା ୧୧/୧୨/୨୦୨୧(ଓଡ଼ିଶା ସମାଚାର)- ଏକ ଦୀର୍ଘମିଆଦି, ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଏବଂ ଐତିହାସିକ ମିଳିତ କୃଷକ ଆନ୍ଦୋଳନର ଅସାଧାରଣ ବିଜୟ ହୋଇଛି । ଏକବର୍ଷ ଧରି ଲକ୍ଷଲକ୍ଷ କୃଷକମାନଙ୍କ ଅସିମ ତ୍ୟାଗ, ସଂଘର୍ଷ ଏବଂ ନିପୀଡନ ସହିତ ୭୧୫ଜଣ କୃଷକ ଏହି ବିଜୟ ପାଇଁ ସହିଦ ହେବାକୁ ପଡିଛି । କୃଷକ ଆନ୍ଦୋଳନର ଏହି ଅସମ୍ଭବ ପ୍ରତିବଦ୍ଧତା, ସାହାସ ଏବଂ ସଙ୍କଳ୍ପ ସାମ୍ନାରେ ଦେଶର ଏକ ଛତ୍ରବାଦୀ ଏବଂ ଜନବିରୋଧି ସରକାର ମୁଣ୍ଡ ନୁଆଁଇ କୃଷକମାନଙ୍କର ସମସ୍ତ ଦାବି ଗୁଡିକୁ ଗ୍ରହଣ କରିବା ପାଇଁ ବାଧ୍ୟ ହୋଇଛନ୍ତି । ଏହି ସଂଘର୍ଷ ଏବଂ ବିଜୟ ଭବିଷ୍ୟତରେ ଦେଶର ଗଣତାନ୍ତ୍ରିକ ଆନ୍ଦୋଳନକୁ ନିଶ୍ଚୟ ପ୍ରଭାବିତ କରିବ । ସ୍ୱାଧିନ ଭାରତର ଇତିହାସରେ ଏହା ଏକ ପ୍ରେରଣା ଦାୟୀ ଅଧ୍ୟାୟ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରକାଶ କରିଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ବିଜୟ ପାଇଁ ଦେଶର ସମସ୍ତ ପ୍ରତିବାଦକାରୀ କୃଷକ ଏବଂ କୃଷି ଶ୍ରମିକମାନଙ୍କୁ ଅଭିନନ୍ଦନ ଜଣାଇଛି । ଯେଉଁମାନେକି ନିଷ୍ଠା ଏବଂ ଆନ୍ତରିକତାର ସହିତ କୃଷକ ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚା ମଧ୍ୟ ଗଣତାନ୍ତ୍ରିକ ଶକ୍ତି ମହିଳା, ଯୁବ, ଛାତ୍ର, ଅନୁସୂଚିତ ଜନଜାତି, ଦଳିତ ଇତ୍ୟାଦି ସକଳ ସ୍ତରର ସଂଗଠନ, ବ୍ୟକ୍ତିବିଶେଷ, ବୁଦ୍ଧିଜୀବି ଏବଂ ଜନବାଦୀ ସାମ୍ବାଦିକ, ସ୍ଥାନୀୟ ବାସିନ୍ଦା ମାନଙ୍କୁ ଶୁଭେଚ୍ଛା, କୃତଜ୍ଞତା ଏବଂ ଅଭିନନ୍ଦନ ଜଣାଇଛି । କୃଷକ ଆନ୍ଦୋଳନକୁ ବଦନାମ କରିବା ପାଇଁ ହୋଇଥିବା ସମସ୍ତ ପ୍ରତିବନ୍ଧକ ଏବଂ ଚକ୍ରାନ୍ତକୁ ପ୍ରତିହତ କରି ମୂଳ ଲକ୍ଷ୍ୟ ହାସଲ କରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚାର ସର୍ବ ଭାରତୀୟ ନେତୃତ୍ୱ ନିଜ ଧୈର୍ଯ୍ୟ ଏବଂ ପରିପକ୍ୱତାର ପରିଚୟ ଦେଇଛନ୍ତି । ମୋଦି ସରକାର କୃଷି ଏବଂ କୃଷକ ବିରୋଧି ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ସହିତ ଏହି ସଂକ୍ରାନ୍ତିୟ ବିଲ୍ କୁ ସଂସଦରେ ପାରିତ କରିଛନ୍ତି । ଏହା ଏକ ଐତିହାସିକ ବିଜୟ ଅଟେ । ଅନ୍ୟ ସମସ୍ତ ଦାବି ଗୁଡିକ ପୁରଣ କରିବା ପାଇଁ ସରକାର ଲିଖିତ ପ୍ରତିଶୃତି ଦେଇଛନ୍ତି । ଏହି ପ୍ରେକ୍ଷାପଟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ଅନ୍ଦୋଳନକୁ ଆଜି ଦିନରେ ପ୍ରତ୍ୟାହାର କରିନେବା ସହିତ ସାରା ଦେଶରେ ଉତ୍ସବ ପାଳନ ପାଇଁ ଘୋଷଣା କରିଥିଲା । ଏଥି ସହିତ ଏମ୍.ଏସ୍.ପି ପାଇଁ ସଂଗ୍ରାମ ଜାରି ରହିବ ବୋଲି ମୋର୍ଚ୍ଚା ଘୋଷଣା କରିଛି । ଏହି ଅବସରରେ କେନ୍ଦ୍ରାପଡା ସହରସ୍ଥିତ ପୁରୁଣା ବସଷ୍ଟାଣ୍ଡରେ ଥିବା ଗାନ୍ଧି ଓ ଆମ୍ବେଦକରଙ୍କ ପ୍ରତିମୂର୍ତି ନିକଟରେ ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ବାଣ ଫୁଟାଇ ଓ ମିଷ୍ଟାନ୍ନ ବଂଟନ କରି ବିଜୟ ଉତ୍ସବ ପାଳନ କରାଯାଇଥିଲା । ଆଜିର ଏହି ବିଜୟ ଉତ୍ସବରେ କିଷାନ କଂଗ୍ରେସର ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ଦାସ ସଭାପତିତ୍ୱ କରିଥିଲେ । ସଂଗଠନର ଆବାହକ ତଥା ସିପିଆଇ(ଏମ୍) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ଏସ୍ୟୁସିଆଇ(କମୁ୍ୟନିଷ୍ଟ)ର ଜିଲ୍ଲା ସମ୍ପାଦିକା ଏଲିନା ସାମନ୍ତରାୟ, ସିପିଆଇ(ଏମ୍ଏଲ୍) ନେତା ପ୍ରକାଶ ମଲ୍ଲିକ, ସିଆଇଟିୟୁ ଜିଲ୍ଲା ସମ୍ପାଦକ ଜଗତ ଜୀବନ ଦାଶ, ଗ୍ରାମୀଣ ଚାଷି ମୁଲିଆ ସଂଘର ସଭାପତି ଫକିର ଚରଣ ଖଟୁଆ, କିଷାନ କଂଗ୍ରେସର ରାଜ୍ୟ ଉପସଭାପତି ମହେନ୍ଦ୍ର ପରିଡା, ଏଆଇକେଏସ୍ ଜିଲ୍ଲା ନେତା ଆଦିକନ୍ଦ ରାଉଳ, ଓସିଡବ୍ଲୁର ଜିଲ୍ଲା ସମ୍ପାଦକ ମାଧବ ଦାସ, ଓଡିଶା କୃଷକ ସଭାର ଜିଲ୍ଲା ନେତା ବିଜୟ ଦାସ, ଏଆଇକେଏସ୍ ଜିଲ୍ଲା ଆବାହକ ପଦ୍ମନାଭ ଦାସ, ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ଆବାହକ ଦାଶରଥୀ ସାହୁ, ଭାଗିରଥୀ ଜେନା, ଦୋଳ ଗୋବିନ୍ଦ ସାହୁ, ବିଧୁଭୂଷଣ ମହାପାତ୍ର, ପ୍ରଶନ୍ନ ଦାସ, ସୁହାନା ବେଗମ୍, ବିପଦ ଭଞ୍ଜନ ବାରିକ, ଯସ୍ମିନ ପରୱିନ, ବସନ୍ତ ସେଠୀ, ବସନ୍ତ ମଲ୍ଲିକ, ସମ୍ବିତ ଶ୍ରୀଚନ୍ଦନ, ପରଭେଜ ଅକ୍ତର, ସୋମନାଥ ବିଶ୍ୱାଳ ପ୍ରମୁଖ ଏହି ଉସôବରେ ନେତୃତ୍ୱ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.