Saturday , April 1 2023
Breaking News
Home / ଶିକ୍ଷା / ସରକାରୀ ପାରାଵିଲ୍ ସ୍କୁଲରେ ପୋଷାକ ଵିତରଣ ଉତ୍ସଵ

ସରକାରୀ ପାରାଵିଲ୍ ସ୍କୁଲରେ ପୋଷାକ ଵିତରଣ ଉତ୍ସଵ

କଟକ ସଦର, ୧୦/୧୨/୨୦୨୧(ଓଡିଶା ସମାଚାର / ବିଷ୍ଣୁ ବେହେରା):କଟକ ସଦର ଶିକ୍ଷା ମଣ୍ଡଳ ଅନ୍ତର୍ଗତ ସରକାରୀ ପାରାଵିଲ୍ ସ୍କୁଲରେ ଶୁକ୍ରବାର ଦିନ ପୋଷାକ ଵିତରଣ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣିମା ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପାରାଵିଲ୍ ଗ୍ରାମ କମିଟି (ସରକାରୀ ପଞ୍ଜିକୃତ) ସଭାପତି ଶିକ୍ଷାବିତ ଧରଣୀଧର ଵେହେରା, ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ଵେହେରା, କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ଵାଡି ପ୍ରମୁଖ ଯୋଗ ଦେଇ ୬୬ ଜଣ ଛାତ୍ର ଛାତ୍ରୀ ଙ୍କୁ ଦୁଇହଳ ଲେଖାଏଁ ପୋଷାକ ଓ ଯୋତା ମୋଜା ଵଣ୍ଟନ କରିଵା ସହିତ କରୋନା ପାଇଁ ସ୍କୁଲ ଵନ୍ଦ ଥିଵାରୁ ଘରେ ପିଲାମାନଙ୍କ ପାଠପଢ଼ା ପ୍ରତି ମା ମାନଙ୍କର ଭୁମିକା ଉପରେ ବକ୍ତବ୍ୟ ରଖିଥିଲେ।ଏଥିରେ ସ୍କୁଲ ପରିଚାଳନା କମିଟିର ସଭ୍ୟ ସଭ୍ୟା, ସ୍ୱୟଂ ସହାୟିକା ଗୋଷ୍ଠୀ ର କାର୍ଯ୍ୟକର୍ତ୍ତା, ଅଭିଭାବକ ଅଭିଭାଵିକା ପ୍ରମୁଖ ଯୋଗ ଦେଇଥିବା ବେଳେ ପରିଚାଳନା ରେ କମିଟି ସଭାପତି ଅଭୟ କୁମାର ଵାଡି ସହାୟତା କରିଥିଲେ।ଶେଷରେ ସହକାରୀ ଶିକ୍ଷୟତ୍ରୀ ପ୍ରତିଭା ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟରେ ପିଲା ସଂଖ୍ୟା ଅନୁସାରେ ଗୋଟିଏ ଶିକ୍ଷକ ପଦବୀ ଖାଲି ଥିଵାରୁ ଏହାର ତୁରନ୍ତ ସମାଧାନ ନିମନ୍ତେ ବ୍ଲକ ଶିକ୍ଷାଅଧିକାରିଣୀଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଓଡିଶା ସମାଚାର

Leave a Reply

Your email address will not be published.