Wednesday , January 19 2022
Breaking News
Home / ବିଶେଷ / ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ସ୍ମୃତି ଚାରଣ ସଭା 

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ସ୍ମୃତି ଚାରଣ ସଭା 

ରଘୁନାଥପୁର, ୧୦/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ରାଧାନଗର ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ନିମନ୍ତେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି ।  କୁର୍ତାଙ୍ଗସ୍ଥିତ ତାଙ୍କ ବରସ ଭବନରେ  ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ସୁରେଶ ଚନ୍ଦ୍ର ରାଉତ ସଭାପତିତ୍ୱ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ଆଚାର୍ଯ୍ୟ , ମହେଶ ଚୌଧୁରୀ,ବିଜୟ କୁମାର ବିଶ୍ୱାଳ,ସାରଦା ପ୍ରସନ୍ନ ସିଂ, ଅଧ୍ୟାପକ ଅଜୟ କୁମାର ଦାସ,ଅକ୍ଷୟ କୁମାର ସାହୁ,ପ୍ରଶାନ୍ତ କୁମାର ଦାସ,ସରପଂଚ ଜାନକୀ ବଲଭ ସ୍ୱାଇଁ,ଜୟପ୍ରକାଶ ପଣ୍ଡା,ନିର୍ମଳେନ୍ଦୁ ସୋମ,ଯଦୁନାଥ ଜେନା,ବନମାଳୀ ମହାରଣା,ସୁମନ୍ତ ଦ୍ୱିବେଦୀ,ଫକୀର ସ୍ୱାଇଁ,ବୃନ୍ଦାବନ ସ୍ୱାଇଁ,ଦିଲିପ ମହାନ୍ତି,ଅମିୟ କିଶୋର ଦାସ,ଂହରିହର ସ୍ୱାଇଁ,ନୀରଂଜନ ପାତ୍ର ପ୍ରମୁଖ ପୁରୁଷୋତମ ସାର ଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶିକ୍ଷକ ବୈରାଗୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶୁଭଦର୍ଶିନୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *